ଜଗତସିଂହପୁର :- ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଜଗତସିଂହପୁର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ଜଗତସିଂହପୁର ମାନ୍ୟବର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ର ମାନ୍ୟବର ବିଧାୟକ ଶ୍ରୀ ଅରୁଣ କୁମାର ସାହୁ ପ୍ରଦିପ ପ୍ରଜ୍ବଳନ କରି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିକୁଦା ଏରସମା ମାନ୍ୟବର ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ତିର୍ତୋଲ ମାନ୍ୟବର ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ,
ପାରାଦୀପ ମାନ୍ୟବର ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଛାତ୍ର, ଯୁବ, ମହିଳା, କୃଷକ, ସଂଖ୍ୟାଲଘୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।ପରିଶେଷରେ ମାନ୍ୟବର ପର୍ଯ୍ୟବେକ୍ଷକ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ କିଭଳି ଭାବେ ମଜଭୁତ କରାଯାଇପାରିବ ସେ ବିଷୟରେ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ।

© 2023 Odisha Taza News.