୧୨ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ଆଜି ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥ୍ରେ ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ, ବ୍ୟାସନଗର ସ୍ଥିତ ଗ୍ଲୋରିୟସ ଇଂଲିଶ ମିଡିୟମ ସ୍କୁଲ (ଜେମ୍ସ)ର ଛାତ୍ର ଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ତନ୍ମଧ୍ୟରୁ ବିଦ୍ୟାଳୟର ସ୍ବୟଂ ପ୍ରକାଶ ସାହୁ ୯୮ ପ୍ରତିଶତ ନମ୍ବର ରଖ୍ ସ୍କୁଲର ଟପ୍ପର ହୋଇଛନ୍ତି । ସେହିପରି ଦ୍ଵିତୀୟ ସ୍ଥାନରେ ଆର.ସି ତନୟ ୯୪ % ମାର୍କ ରଖୁଥିବା ବେଳେ ଅନୁମୟ ଅଭିଜିତ ନାୟକ ଓ ଓମ ଅଂଶୁମାନ ଜେନା ୯୨% ମାର୍କରିଖୁ ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ ୧୦୦ ଜଣ ଛାତ୍ର ଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଏ-୧ ରେ ୫ ଜଣ, ଏ -୨ ରେ ୧୨ ଜଣ ଏବଂ ଅନ୍ୟ ସମସ୍ତେ ବି-୧ ଓ ବି-୨ ଗ୍ରେଡେରେ ଉତୀର୍ଣ୍ଣ ହୋଇଛନ୍ତି ।
[gallery ids="107161,107162,107163"]
ଚଳିତବର୍ଷ ପରୀକ୍ଷା ଫଳ ବହୁତ ଭଲ ହୋଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଆନନ୍ଦ ପ୍ରକାଶ କରିଛନ୍ତି । ଜେମ୍ସ ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ କଳ୍ପତରୁ ସାହୁ, ସଭାପତି ଅସ୍ମିତା ପତି, ଡାଇରେକ୍ଟର ଅଭୟ ପତି ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।ଏଠାରେ ଗତବର୍ଷ ଠାରୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପାସ ପରେ ଅନ୍ୟକୁଆଡ଼େ ନଯାଇ ଏହିଠାରେହିଁ ଉଚ୍ଚଶିକ୍ଷାଲାଭ କରିବାର ସୁଯୋଗ ନେଇପାରିବେ ବୋଲି ଡାଇରେକ୍ଟର ଶ୍ରୀ ପତି ସୂଚନା ଦେଇଛନ୍ତି ।