ଆଜିର ଦିନରେ ଭାରତ ପରମାଣୁ ବୋମା ପରୀକ୍ଷା କରି କରି ସଫଳତା ହାସଲ କରିଥିଲା ଓ ଭାରତ ପରମାଣୁ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା । ଆଇ ଆଇ ଟି ରୁକ୍ କି ର ପୂର୍ବତନ ଛାତ୍ର ଡ ସତ୍ୟ ତାପସ ପରମାଣୁ ଗବେଷଣା ଓ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କାମାକ୍ଷା ନଗର ପ୍ରଧାନ ଆଚାର୍ଯ୍ୟ ଗୌର ଚରଣ ନନ୍ଦ , ଓଡ଼ିଶା ବିଜ୍ଞାନ ମଣ୍ଡଳ ଗଠନ ସଂପର୍କ ରେ ଆଲୋଚନା କରିଥିଲେ । ପ୍ରାରମ୍ଭ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସ୍ଵାଗତ ଭାଷଣ ଦେଇ କୌଶଳ ସହ ପ୍ରଯୁକ୍ତି ର ମିଳନରେ ଦେଶକୁ ବିକାଶଶୀଳ କରିବାରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ବିଜ୍ଞାନ ମଣ୍ଡଳ ଢେ଼ଙ୍କାନାଳ ଜିଲ୍ଲା ସଂଯୋଜକ ପଦନ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟାପକ ,ଅଧ୍ୟାପିକା ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.