ଏହା ଜିଙ୍କ, କ୍ୟାଲସିୟମ, ଫୋଲିକ ଏସିଡ ଏବଂ Micronutrient ରେ ସମୃଦ୍ଧ ଏବଂ ଚାଉଳ ଓ ଗହମ ଠାରୁ ଅଧିକ ପୁଷ୍ଟିକର । ଡାଏବେଡିସ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଭଳି ଶାରୀରିକ ଅସୁନ୍ତଳନକୁ ନିୟନ୍ତ୍ରଣ କରିବା ସହ କିଡନୀ, ଲିଭର ସୁସ୍ଥ ରଖିବା ଓ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ସାଜିଥାଏ । ଜନସାଧାରଣଙ୍କୁ ଏହି କ୍ଷୁଦ୍ର ଶସ୍ୟ ସମୁହ ବାବଦରେ ସଚେତନ କରିବାପାଇଁ ଓଡିଶା ସରକାର ୨୦୧୭ ମସିହାରେ ‘ଓଡିଶା ମିଲେଟ ମିଶନ’ ଆରମ୍ଭ କରିଥିଲେ । ୨୦ ଲକ୍ଷରୁ ଅଧିକ ଚାଷୀ, ୮୪ କୃଷକ ସଙ୍ଗଠନ ଓ ୧୫୭୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ମିଶନର ଅଂଶ ବିଶେଷ ହୋଇ ସକ୍ରିୟ ଯୋଗଦାନ ଦେଇ ଆସୁଛନ୍ତି । ଏହି ମିଶନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ୨,୮୦୦ କୋଟି ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖିଛନ୍ତି ।
ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ମିଲେଟ ଶକ୍ତି ଆଉଟଲେଟ ଓ ମିଲେଟ ଶକ୍ତି କାଫେର ଉଦ୍ଘାଟନ ଏହାର ସଦ୍ୟତମ ସଫଳତା ଏବଂ ଏହିଭଳି ଆହୁରି ଅଧିକ କାଫେ ଖୋଲିବାକୁ ଯାଉଛି । ଗତ ବର୍ଷ ଓଡିଶା ମିଲେଟ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମିଶନ ବାବଦରେ ସୂଚନା ଦେଇ ଘୋଷଣା କରିଥିଲେଯେ ଏହି ମିଲେଟ ମିଶନ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଏବଂ ଏଥିରେ ଅଧିକରୁ ଅଧିକ ଚାଷୀ ଏବଂ ସଙ୍ଗଠନ ଏହାର ଅଂଶ ବିଶେଷ ହେବେ । ସେ ଆହୁରି ମଧ୍ୟ କହିଥିଲେଯେ “ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ଶକ୍ତି । ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଷ୍ଟି ଯୋଗାଇଥାଏ । କ୍ଷୁଦ୍ର ଏବଂ ଗରିବ ଆଦିବାସୀ ଚାଷୀମାନେ ମିଲେଟ ଚାଷ ସହ ଜଡିତ ।
ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ଏବଂ ଲୋକଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଆମେ ମିଲେଟ ମିଶନ ଆରମ୍ଭ କରିଛୁ । ୫ ବର୍ଷ ମଧ୍ୟରେ ୨,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛୁ” । ସୂଚନା – ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟରେ ମିଲେଟ ଉତ୍ପାଦନ ବୃଦ୍ଧି ସହିତ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବାପାଇଁ ଓଡିଶା ମିଲେଟ ମିଶନର ସୃଷ୍ଟି । ଏହି ପ୍ରକଳ୍ପ ୨୦୧୭ରେ ଆରମ୍ଭ କରାଯାଇ ତିନୋଟି ସ୍ତର ଯଥା ରାଜ୍ୟ, ଜିଲ୍ଲା ଓ ବ୍ଲକରେ କାର୍ଯ୍ୟକାରୀ କରାଯାଇଥିଲା । ୨୦୧୭ ପରଠାରୁ ୩୦ଟି ଜିଲ୍ଲା, ୧୭୭ ବ୍ଲକକୁ ଏହା ସମ୍ପ୍ରସାରିତ କରାଯାଇଛି । ଲିଙ୍ଗଗତ ସମାନତାକୁ ପ୍ରଶ୍ରୟ ଦେବା ଓଡିଶା ମିଲେଟ ମିଶନର ଅନ୍ୟତମ ଲକ୍ଷ୍ୟ । ଏଥିପାଇଁ ମିଶନ ଶକ୍ତି ଅଧିନରେ ମିଲେଟ ଭିତ୍ତିକ ଉଦ୍ୟୋଗ ଗୁଡିକର ପ୍ରାୟ ୧୫୭୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଡିତ ହୋଇଛନ୍ତି ।

© 2023 Odisha Taza News.