No Result
View All Result
୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ ;- ଗତ ଫେବୃୟାରୀ ୧ ତାରିଖ ଦିନ ବେଲପଡା ସ୍ଥିତ ଆଲିସାନ ସିନେମା ହଲ ରେ ବନ୍ଧୁକ ଦେଖାଇ ଗଣ୍ଡଗୋଳ କରିବା ଘଟଣାରେ ବେଲପଡା ପୁଲିସ ଆଲିସାନ ମାଲିକ ଙ୍କ ଅଭିଯୋଗ ଆଧାରରେ କେଶ ନଂ ୨୪ | ୨୩ ରେ ଏକ ମାମଲା ରୁଜୁ କରିଥିଲା । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ପୁଅ ସେଜିସିଂ ସାଲୁଜା ଓରଫ ଅମିତ ଙ୍କ ସମେତ ତାଙ୍କ ବନ୍ଧୁ ଅଜୟ ଅଗ୍ରୱ।ଲ ,ବିକାଶ ଅଗ୍ରୱ।ଲ, ବିପୁଳ ମାରୁ ,ଧର୍ମବୀର ଗୁପ୍ତା ଓ ରାଜା ପାତ୍ର କୁ ପୁଲିସ ସେହି ସମୟ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଆଜିକୁ ୩ ମାସ୮ ଦିନ ହେବ ବିରାଧିନହାଜତ ରେ ରହିଥିଲେ । ଉଚ୍ଚନ୍ୟାୟ ଙ୍କ ଠାରୁ ବେଲ ପାଇବାପରେ କଣ୍ଟାବାଞ୍ଜି ବିଧାୟକ ଙ୍କ ପୁଅ ସେଜିସିଂ ଅଗ୍ରୱ।ଲ ଙ୍କ ସହ ଅଜୟ ଅଗ୍ରୱ।ଲ ,ବିକାଶ ଅଗ୍ରୱ।ଲ ,ବିପୁଳ ମାରୁ,ଧର୍ମବୀର ଗୁପ୍ତା ,ରାଜା ପାତ୍ର ସେମାନେ ସମସ୍ତେ ପାଟଣାଗଡ଼ ଏସଡିଜେଏମ କୋର୍ଟ ରୁ ଜାମିନ ରେ ଯାଇଥିବା ଆଇନଜିବୀ ବିଷ୍ଣୁ ପ୍ରସାଦ ଶର୍ମା ଙ୍କ ଠାରୁ ଜଣାପଡିଛି ।

No Result
View All Result