୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ବ୍ଲକ ପରିସରରେ ଥିବା ସଭାଗୃହରେ ଜିଲ୍ଲାପାଳ ଓ ଏସପିଙ୍କ ଅନୁପସ୍ଥିତ ଯୋଗୁଁ ଏଡିଏମ୍ ଲମ୍ବୋଦର ଧରୁଆ ଓ ଅତିରିକ୍ତ ଏସପି ସୁରେଶ ନାଏକ ଙ୍କ ଉପସ୍ଥିତିରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ସମୁଦାୟ ୬୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।
ସେଥିମଧ୍ୟରୁ ୬ ଟି ଅଭିଯୋଗ ସାମୁହିକ,୫୯ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଗୋଟିଏ ବ୍ୟକ୍ତିଗତ ମାମଲାର ତତ୍କାଲ ସମାଧାନ କରାଜାଇଥିଲା । ସେହିପରି ୫ ଜଣ ବିବାହିତ ସମ୍ପର୍କିତ ଦରଖାସ୍ତ କାରିଙ୍କୁ ଚେକ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।
ଏଥିରେ ପାନୀୟଜଳ ସମସ୍ୟା,ମନରେଗା, ଶିକ୍ଷା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରାସନ୍ କାର୍ଡ ସହ ଅବଶିଷ୍ଠ ମାମଲା ଗୁଡିକର ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ବିଡ଼ିଓ ସୁମନ୍ତ କୁମ୍ଭାର, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝି ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

© 2023 Odisha Taza News.