• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୌଗଳିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହିତ ଆଲୋଚନା କରୁଛି

Proprietor Abhimanyu Maharana by Proprietor Abhimanyu Maharana
May 8, 2023
in ଓଡ଼ିଶା, ଦେଶ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଭୌଗଳିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହିତ ଆଲୋଚନା କରୁଛି
Share on FacebookShare on TwitterWhatsapp

ଆଇଡିଏଟ୍- ୨୦୨୩ରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଅତିରିକ୍ତ ସଚିବ ବିପିନ କୁମାରଙ୍କ ମତ – ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା

୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍ -୨୦୨୩ ନୂଆଦିଲ୍ଲୀରେ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆଇଡିଏଟର ଏହି ଦ୍ୱାଦଶ ତମ ସଂସ୍କରଣରେ ଯୋଗ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ବିପିନ୍ କୁମାର କିଶୋରୀ ମାନଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ପାଇଁ ଶିଳ୍ପ ଉପଯୋଗୀ ଧନ୍ଦାମୂଳକ ତାଲିମ ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ, ଏହା ଜାତୀୟ ଶିକ୍ଷା ନୀତି-୨୦୨୦ର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । କିଶୋରୀ ମାନଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ଅର୍ଥନୀତିରେ ସାମିଲ କରିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ । ଏହା ନିମନ୍ତେ ଭୌଗଳିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରାଜ୍ୟ ସରକାର ମାନଙ୍କ ସହିତ ଆଲୋଚନା କରୁଛି, ବୋଲି ସେ କହିଥିଲେ ।

ଆସନ୍ତା ୨୦୨୫-୨୬ବର୍ଷ ବେଳକୁ ଦ୍ୱାଦଶ ଶ୍ରେଣୀ ଶିକ୍ଷା ସମାପ୍ତ କରିଥିବା ମୋଟ ଝିଅମାନଙ୍କ ମଧ୍ୟରୁ ଅନୁନ୍ୟ ୫୦ ପ୍ରତିଶତ କୌଣସି ବିଷୟରେ ଦକ୍ଷ ଓ ଅଭିଜ୍ଞ ହେବା ଆବଶ୍ୟକ । ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ଆଗେଇ ଆସିବା ଦରକାର ବୋଲି ବିପିନ୍ କୁମାର ମତ ରଖିଥିଲେ । ଆଇଡିଏଟ୍-୨୦୨୩ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ନୀତି ନିର୍ଦ୍ଦାରଣ କରୁଥିବା ବ୍ୟକ୍ତିବିଶେଷ, ଶିଳ୍ପପତି ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଯୁବତୀମାନଙ୍କୁ ସଶକ୍ତୀକରଣ କରିବାରେ ଭାରତରେ ଏକ ସକ୍ରିୟ ଅଂଶୀଦାର କରିବା ଉପରେ ବ୍ୟାପକ ପ୍ରାଥମିକତା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ଫିକି ସଭାପତି ତଥା ବିଆଇପିଏଫ୍ ଟ୍ରଷ୍ଟି ଶ୍ରୀଯୁକ୍ତ ଶୁଭ୍ରକାନ୍ତ ପଣ୍ଡା କହିଥିଲେ ଯେ, ଭାରତରେ କିଶୋର ଜନସଂଖ୍ୟା ସମଗ୍ର ବିଶ୍ୱର ବୃହତ୍ତମ । ଜନସଂଖ୍ୟାର ପ୍ରତି ୫ମ ମାନବସମ୍ବଳରେ ଜଣେ ୧୦ରୁ ୧୯ ବର୍ଷ ମଧ୍ୟରେ ଅଟନ୍ତି । ଯଦି ୪୭ ପ୍ରତିଶତ କେବଳ ଯୁବତୀ ହୁଅନ୍ତି, ତେବେ ଏହି ବୃହତ ମାନବସମ୍ବଳର ଉପଯୁକ୍ତ ପ୍ରଶିକ୍ଷଣ ଏବଂ ବୈଷୟିକ ଉତ୍ଥାନର ଆବଶ୍ୟକତା ରହିଛି । ତେଣୁ ସେମାନଙ୍କୁ ଆଗାମୀ ଦିନର ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ଶ୍ରୀ ପଣ୍ଡା କହିଥିଲେ ।

ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ସୁଯୋଗ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅର୍ନ୍ତମୁଖି ବିକାଶ କ୍ଷେତ୍ରରେ ଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବାର ଆବଶ୍ୟକତା ରହିଛି । ଏକ ଆକଳନରୁ ଜଣାଯାଇଛି ଯେ, ଯଦି ଯୁବତୀମାନେ ସେମାନଙ୍କ ଶିକ୍ଷା ଜାରି ରଖନ୍ତି, ପାଠପଢା ଅଧାରୁ ଛାଡନ୍ତି ନାହିଁ, ସାମାନ୍ୟ ବିଳମ୍ବରେ ବିବାହ କରନ୍ତି ଏବଂ ଶୀଘ୍ର ମାତୃତ୍ୱକୁ ବରଣ ନ କରନ୍ତି, ତେବେ ସେମାନେ ତାଙ୍କ ଜୀବନ କାଳରେ ମୋଟ ଘରୋଇ ଉତ୍ପାଦ-ଜିଡିପିରେ ୧୧୦ ବିଲିୟନ୍ ଡଲାର ମୂଲ୍ୟର ଯୋଗଦାନ ଦେଇପାରିବେ । ମହିଳାମାନେ କୌଣସି ସ୍ୱାସ୍ଥ୍ୟଗତ ଏବଂ ଉନ୍ନତିମୂଳକ କାର୍ଯ୍ୟର ଲାଭାର୍ଥୀ ନୁହଁନ୍ତି, ସେମାନେ ପରିବର୍ତ୍ତନର ଜଣେ ଜଣେ ବାର୍ତ୍ତାବହ ବୋଲି ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା ଉଲ୍ଲେଖ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ଭାରତ ପ୍ରତିନିଧି ସିନ୍ଥିଆ ମ୍ୟାକକୈଫ୍ରି କହିଥିଲେ ଯେ, ଯୁବତୀ ଏବଂ କିଶୋରୀ ମାନଙ୍କ ସଶକ୍ତୀକରଣ ପାଇଁ ବହୁ ମୁଖି ଆବଶ୍ୟକତା ଉପରେ ଦୃଷ୍ଟି ଦେବାକୁ ପଡିବ। ଏ କ୍ଷେତ୍ରରେ ଆସୁଥିବା ବାଧାର କାରଣ ଜାଣି ଏହାକୁ ସମାଧାନ କରିବାକୁ ପଡିବ । ବର୍ତ୍ତମାନ ଡିଜିଟାଲ ଯୁଗରେ ବୈଷୟିକ ସାହାଯ୍ୟ ନେଇ ସମାଧାନର ରାସ୍ତା ଖୋଜିବାକୁ ପଡିବ । କେବଳ ଲିଙ୍ଗଗତ ବୈଷମ୍ୟ ନୁହେଁ, ଆଗାମୀ ପିଢି ମଧ୍ୟରେ ନେତୃତ୍ୱ ନେବା ଭଳି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବାକୁ ପଡିବ । ଯାହା ସମାଜକୁ ସହାୟତା କରି ପାରିବ । ଏଥିପାଇଁ ବୈଷୟିକ ଶିକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେବାକୁ ପଡିବ । ପରିବାର ଏବଂ ଅନଲାଇନ୍ ମାଧ୍ୟମରେ ହେଉଥିବା ଲିଙ୍ଗଗତ ବିଭେଦକୁ ମଧ୍ୟ ବନ୍ଦ କରିବା ଆବଶ୍ୟକ ବୋଲି ମ୍ୟାକକ୍ୟାଫରି କହିଥିଲେ । 

ୟୁନିସେଫ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ଉଲ୍ଲେଖ କରିଥିଲେ।
ସେହିପରି ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନର ଟ୍ରଷ୍ଟି ଶୈଫଳିକା ପଣ୍ଡାଙ୍କ ପୌରହିତ୍ୟରେ ଏକ ଫାୟାର ସାଇଡ୍ ଚାଟ୍ ତଥା ବାର୍ତ୍ତାଳାପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଳିକା ମାନଙ୍କ ଜୀବନ ଚକ୍ର ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ କନଭରଜେନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ସିଇଓ ଆଶିଷ ଧାଓ୍ୱନ, ୟୁଥ୍ ଆଇକନ୍ ମାନ୍ୟା ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶୈଫଳିକା ପଣ୍ଡା କହିଥିଲେ ଯେ, ଏକ ଅର୍ନ୍ତମୁଖି ପରିବେଶ ଝିଅଟିଏ ପାଇଁ ତାର ଜନ୍ମ ବର୍ଷରୁ ସୃଷ୍ଟି ହେବା ଆବଶ୍ୟକ । ଏହା ଦ୍ୱାରା ସେମାନେ ସ୍ୱାଧନ ଭାବେ ମତବ୍ୟକ୍ତ କରିବାର ସୁଯୋଗ ପାଇବେ ।

ସବୁ କ୍ଷେତ୍ରରେ ଭଳି ଅର୍ଥନୈତିକ କ୍ଷେତ୍ରରେ ମହିଳାମାନଙ୍କ ଉଚ୍ଚ ପ୍ରତିଶତରେ ଭାଗିଦାରିତା ରହିବା ଆବଶ୍ୟକ । ଆଶିଷ ଧାଓ୍ୱନ ନିଜ ବକ୍ତବ୍ୟରେ ଦକ୍ଷତା ଅଭାବ, ନେଟଓ୍ୱାର୍କ ସ୍ଥାପନା, ସାମାଜିକ ଆହ୍ୱାନ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ଫିକିର ଏଡିଜି ଜ୍ୟୋତି ବିଜ୍ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଏମ୍ପପାଓ୍ୱାରିଂ ଗାଲ୍ସ ଡ୍ୟୁରିଙ୍ଗ୍ ଦ ଫାଉଣ୍ଡେସନାଲ ଇୟର ଶୀର୍ଷକ ଆଲୋଚନାରେ ସାମ୍ବାଦିକା ନମିତା ଭଣ୍ଡାରେ , ଡିଇଏଫ ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଓସାମା ମନଜାର, ଏଜୁକେଟ୍ ଗ୍ୟାଲ୍ସ ସିଇଓ ମହର୍ଷି ବୈଷ୍ଣବ, ସ୍ପାର୍କ ମିଣ୍ଡା ଗ୍ରୁପ ର ସିଏସଆର ହେଡ୍ ପ୍ରବୀଣ କୁମାର କର୍ଣ୍ଣ, ଜେଣ୍ଡର ସ୍ପେସିଆଲିଷ୍ଟ ସିପ୍ରା ଝା ଏବଂ ଅଙ୍କିତା କୁଜୁର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version