No Result
View All Result
୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଶତାବ୍ଦୀ ଧରି ମାଣ୍ଡିଆ ଆମ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସୁଛି | ସ୍ଵାସ୍ଥ୍ୟ ଲାଭ ବ୍ୟତୀତ, ମିଲେଟସ୍ କମ୍ ଜଳ ଏବଂ ଇନପୁଟ୍ ଆବଶ୍ୟକତା ସହିତ ପରିବେଶ ପାଇଁ ମଧ୍ୟ ଭଲ | ସଚେତନତା ସୃଷ୍ଟି କରିବା ଏବଂ ମିଲେଟସ୍ ଉତ୍ପାଦନ ଏବଂ ଉପଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ମିଳିତ ଜାତିସଂଘ ଦ୍ଵାରା ଭାରତ ସରକାରଙ୍କ ଅନୁରୋଧରେ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ବୋଲି ଘୋଷଣା କରାଯାଇଥିଲା |
ଏହି ଆନ୍ତର୍ଜାତୀୟ ମିଲେଟ ବର୍ଷରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲରେ “ମିଲେଟ୍ ପ୍ରଡକ୍ଟ” ବିକ୍ରୟ ପାଇଁ ପଦକ୍ଷେପ ନେଇଛି, ବର୍ତ୍ତମାନ ଯାତ୍ରୀମାନେ ବିଭିନ୍ନ ମିଲେଟ୍ ଉତ୍ପାଦଗୁଡିକ ଯେମିତିକି ମାଣ୍ଡିଆ ପାଉଡର, ଛତୁଆ ପାଉଡର, ବାଜ୍ରା ପାଉଡର, ବିଭିନ୍ନ ମିଲେଟସ୍ ସହିତ ପ୍ରସ୍ତୁତ ସ୍ନାକ୍ ଆଇଟମ୍ ଯେମିତିକି ବିସ୍କୁଟ, ମିକ୍ସର, କେକ୍ ଇତ୍ୟାଦି ଏହି ଦୁଇଟି ରେଳ ଷ୍ଟେସନରେ ପାଇ ପାରିବେ |
“ଏକ ଷ୍ଟେସନ୍ ଏକ ପ୍ରଡକ୍ଟ” ଯୋଜନାକୁ ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ହସ୍ତତନ୍ତ ବୁଣାକାର, ଆଦିବାସୀ, କୃଷକ ଇତ୍ୟାଦିର ବର୍ଦ୍ଧିତ ଜୀବିକା ତଥା କଲ୍ୟାଣ ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ସରକାର ନିକଟରେ ବଜେଟରେ ଘୋଷଣା କରିଥିଲେ । ଖୋର୍ଦ୍ଧାରୋଡ଼ ମଣ୍ଡଳଏହାର ଯାତ୍ରୀମାନଙ୍କୁ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଉପଲବ୍ଧ ଏହି ମିଲେଟ ଉତ୍ପାଦଗୁଡ଼ିକର ସୁବିଧା ନେବାକୁ ଏବଂ ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଅନୁରୋଧ କରୁଛି ।

No Result
View All Result