No Result
View All Result
1. ନବଉନ୍ମେଷ ହିଁ ବିନିର୍ମାଣ, ନିଯୁକ୍ତି ଓ ଧାରଣୀୟ ବିକାଶର ଏନ୍ତୁଡିଶାଳ
2. ନବଉନ୍ମେଷ ସୂଚ୍ୟାଙ୍କରେ ଓଡିଶାର ପାହ୍ୟା ବୃହତ ରାଜ୍ୟମାନଙ୍କ ମଧ୍ୟରେ ତଳଆଡୁ ତୃତୀୟ
3. ୩ଟି ଦିଗ, ୯ଟି ସ୍ତମ୍ଭ ଏବଂ ୮୦ଟି ସୂଚନାଙ୍କକୁ ନେଇ ବିଶାଳ ନବଉନ୍ମେଷ ସୂଚ୍ୟାଙ୍କ ତିଆରି ହୋଇଛି
4. ଅଣଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାଜ୍ୟର ନୀତି ନିର୍ଦ୍ଧାରଣ ଦାୟିତ୍ୱ ଛାଡିଦେଇ ନିଶ୍ଚିତ ରହିବା ଅଭ୍ୟାସ ଛାଡନ୍ତୁ ରାଜ୍ୟ ସରକାର
୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନିକଟରେ ଜାତିସଂଘ ଶିଳ୍ପବିକାଶ ସଂଗଠନ ବା ୟୁନିଡୋର ସହଯୋଗରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ଟେକନୋଲୋଜି ବିଭାଗ ଏକ ବିନିର୍ମାଣ- ନବଉନ୍ମେଷ ସୂଚ୍ୟାଙ୍କ ପ୍ରସ୍ତୁତ କରିଛନ୍ତି । ୩ଟି ଦିଗ, ୯ଟି ସ୍ତମ୍ଭ ଏବଂ ୮୦ଟି ସୂଚନାଙ୍କକୁ ନେଇ ବିଶାଳ ନବଉନ୍ମେଷ ସୂଚ୍ୟାଙ୍କ ତିଆରି ହୋଇଛି । ଏହା ସମସ୍ତଙ୍କୁ ଜଣା ଯେ, ନବଉନ୍ମେଷ ହିଁ ବିନିର୍ମାଣ, ନିଯୁକ୍ତି ଓ ଧାରଣୀୟ ବିକାଶର ଏନ୍ତୁଡିଶାଳ ବୋଲି କୁହାଯାଏ । ଉପରୋକ୍ତ ସୂଚ୍ୟାଙ୍କ ସଂପୃକ୍ତ ରାଜ୍ୟର ମାନୁଫ୍ୟାକ୍ଚରିଂ କ୍ଷେତ୍ରର ଭବିଷ୍ୟତ ସମ୍ପର୍କରେ ସଠିକ୍ ସୂଚନା ଦେଇଥାଏ । ବିଶେଷକରି ଓଡିଶାଭଳି ଏକ ଖଣିଜସମ୍ପଦରେ ଭରପୁର ଅର୍ଥନୀତିରେ ମାନୁଫ୍ୟାକ୍ଚରିଂ ଧାରଣୀୟ ବିକାଶର ସମ୍ଭାବନାକୁ ପରିପୂରଣ କରିଥାଏ, କିନ୍ତୁ ଦୁର୍ଭାଗ୍ୟର କଥା ଏହି ନବଉନ୍ମେଷ ସୂଚ୍ୟାଙ୍କରେ ଓଡିଶାର ପାହ୍ୟା ବୃହତ ରାଜ୍ୟମାନଙ୍କ ମଧ୍ୟରେ ତଳଆଡୁ ତୃତୀୟ ରହିଛି ।
କେବଳ ଝାଡଖଣ୍ଡ, ବିହାର ଆମ ରାଜ୍ୟ ତଳେ ରହିଛନ୍ତି । ସର୍ବଭାରତୀୟ ସ୍ତରରେ ଏହି ବୃହତ ରାଜ୍ୟମାନେ ହାରାହାରି ୨୮.୧୨ନଂ ସ୍କୋର କରିଥିବାବେଳେ ଓଡ଼ିଶା ପାଇଁ ତାହା ହେଉଛି ୨୩.୦୫ ଏବଂ ବିଜନେସ ପ୍ରସେସିଂ ଇନୋଭେସନ, ମାରକେଟିଂ ଆଣ୍ଡ ସେଲ୍ସ ଇନୋଭେସନ ତଥା ଆଡମିନିଷ୍ଟେସନ ଆଣ୍ଡ ମେନେଜମେଂଟ ଇନୋଭେସନରେ ଓଡିଶାର ସ୍ଥାନ ସର୍ବନିମ୍ନ ପାହ୍ୟାରେ ରହିଛି । ରାଜ୍ୟରେ ୪୫ପ୍ରତିଶତ ଶିଳ୍ପ ସଂସ୍ଥା ଆମ ଇନୋଭେସନ ଇକୋସିଷ୍ଟମରେ ଅସନ୍ତୁଷ୍ଟ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସୂଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟ ଅର୍ଥନୀତିର ଏହି ନକରାତ୍ମକ ଦିଗପ୍ରତି ରାଜ୍ୟ ସରକାର କେତେ ସଚେତନ ତାହା ଓଡ଼ିଶାବାସୀ ଜାଣିନାହାନ୍ତି । କିନ୍ତୁ ଅଜଣା ଚାଉଳ ଭାତଖାଇ ଶିଳ୍ପ ବିପ୍ଳବ ୪.୦କୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବରବାଦ କରିଥିବା ବିଜୁ ଜନତା ଦଳକୁ ଇତିହାସ କେବେ କ୍ଷମାଦେବ ନାହିଁ । ଏବେବି ସମୟ ଅଛି କପି ପେଷ୍ଟ ଶାସନ ବ୍ୟବସ୍ଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଜାଡନ୍ତୁ । କତିପୟ ଅଣଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାଜ୍ୟର ନୀତି ନିର୍ଦ୍ଧାରଣ ଦାୟିତ୍ୱ ଛାଡିଦେଇ ନିଶ୍ଚିତ ରହିବା ଅଭ୍ୟାସ ଛାଡନ୍ତୁ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତିଶାଳୀ ଭାରତ ଗଠନର ବିଭିନ୍ନ ଦିଗ ଓ ଗତି ପ୍ରତି ସଚେତନ ରହନ୍ତୁ ଓ ଅସଥା ଆତ୍ମପ୍ରଚାରରୁ ନିବୃତ ରୁହନ୍ତୁ ନବୀନ ବାବୁ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

No Result
View All Result