ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଉ ୪୭କରନା ପୋଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ କରନା ଆକ୍ରାନ୍ତ ସଂଖ୍ୟା ବଢ଼ି ୨୩୮ରେ ପହଞ୍ଚିଛି । ୪୭ଆକ୍ରାନ୍ତ ମଧ୍ୟରୁ ୪୪ ଜଣ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ବଳକା ୨ଜଣଙ୍କୁ ଦୁଇଟି ଗ୍ରାମରୁ ଚିହ୍ନଟ କରାଯାଇଛି ଏବଂ ଅନ୍ୟ ଜଣଙ୍କୁ କଣ୍ଟେନମେଣ୍ଟ ଜୋନ ରୁ ଚିହ୍ନଟ କରାଯାଇଛି ଆକ୍ରାନ୍ତ ୪୭ଜଣ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।
ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡ଼ିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି । ଲଗାତାର ଗଜପତି ଜିଲ୍ଲାରେ କରନା ପୋଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଗଜପତି ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଛି । (ଗରୁଡ଼ ଧ୍ୱଜ ଚୌଧୁରୀ-ଗଜପତି ଜିଲ୍ଲା )