ରଜ କପ୍ – ୨୦୨୩ରେ ୧୦ ଓଭର୍ ବିଶିଷ୍ଟ ଦିନ ରାତି ମ୍ୟାଚରେ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଖୋର୍ଦ୍ଧା, କଟକ, ପୁରୀ, ଏବଂ ଅନ୍ୟାନ୍ୟ ଜିଲ୍ଲାର ପ୍ରାୟ ୨୪ଟି ଦଳ ଏଥିରେ ଅଂଶଗ୍ରହଣ କରିବେ । ସବୁଠାରୁ ବଡ଼ କଥା ହେଲା ଖେଳରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ମାଗଣା ପ୍ରବେଶ ସହ ସମସ୍ତ ସୁବିଧା ବ୍ୟତୀତ ଚମ୍ପିୟନ ଦଳକୁ ଟ୍ରଫି ସହିତ ୧ ଲକ୍ଷ, ଉପ ଵିଜତା ଦଳକୁ ଟ୍ରଫି ୬୦ ହଜାର୍ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
ସୋମବାର ସାମ୍ୱାଦିକ ସମ୍ମିଳନୀରେ ଗୋପବନ୍ଧୁ କ୍ରିକେଟ କ୍ଳବ୍ ପକ୍ଷରୁ ସମସ୍ତ ବିବରଣୀ ଦିଆଯାଇଛି ଏହା ଛଡ଼ା ଭୁବନେଶ୍ୱର ବା ଓଡ଼ିଶା ପାଇଁ ପ୍ରଥମ ଥର ପାଇଁ ଫ୍ରି ଏଣ୍ଟ୍ରି ରହିଥିବା ବେଳେ ଖେଳାଳି ଓ କ୍ରିକେଟ ପ୍ରେମୀଙ୍କୁ ଉତ୍ସାହିତ ପାଇଁ ଏଭଳି ପ୍ରୟାସ କରାଯାଉଥିବା କଥା କହିଛନ୍ତ କବ୍ଳ ସମ୍ଫାଦିକ । ସେପଟେ ଓଡିଶାର ଓଡ଼ିଆଙ୍କ ବିରାଟ ପର୍ବ ରଜ ରେ ବିଭିନ୍ନ ଜିଲ୍ଲାର ଖେଳାଳିଙ୍କୁ ନେଇ ଏକ ଭାଇଚାରା ପର୍ବ ବାନ୍ଧି ରଖିବା ପାଇଁ କରଯାଇଛି ଅଭିନବ ପ୍ରୟାସ। ଏହି ମ୍ୟାଚ ଜୁନ ୧୦ରୁ ଆରମ୍ଭ ହୋଇ ଜୁନ ୧୪ ରେ ପହିଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ

© 2023 Odisha Taza News.