No Result
View All Result
୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକାମାଳ 5T ରୂପାନ୍ତରଣ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ପ୍ରଣାଳୀ (virtual mode) ରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ଆମ୍ଭ ସରକାରୀ ଉଚ୍ଚ ବିଦ୍ୟାଳୟରେ ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲରିମନ ଖାରସେଲ ସମ୍ମାନିତ ଅତିଥି ରୂପେ ଯୋଗଦେବା ସଙ୍ଗେ ରା. ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ଦେବଦାସ ତମରାପୁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତପସ୍ୱିନୀ ସାହୁ, ଶବରପଲ୍ଲୀ ଗ୍ରାମପଂଚାୟତର ସରପଞ୍ଚ ଶ୍ରୀମତୀ ଫୁଲମତି ରଇତ,

ସହକାରୀ ଯନ୍ତ୍ରୀ ସୁଦୀପ୍ତି ପତିହାରୀ, ସ୍ଥାନୀୟ ଶିକ୍ଷାବିତ,ଶବରପଲ୍ଲୀ ସିଆରସିସି, ପଡୋଶୀ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, SMC ଏବଂ PRI ୱାର୍ଡ ସଭ୍ୟସଭ୍ୟାମାନେ ଯୋଗଦାନ କରିଥିଲେ l ଓଡିଶା ସରକାରଙ୍କ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ସାଧୁବାଦ ଜ୍ଞାପନ କରାଯାଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା l ଏଥି ସଙ୍ଗେ ପଡୋଶୀ ବିଦ୍ୟାଳୟ, କେ. ଏମ. ଭାଲିଆସାହିର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା 5T ରୂପାନ୍ତରଣର ମହତ୍ତ୍ୱକୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଉକ୍ତ ସଭାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ l

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦାସ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ ଗ୍ରହଣ କରିଥିଲା ବେଳେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l ଏହାସହ ଆର,ଉଦୟଗିରି ବ୍ଳକର ମଙ୍ଗରାଜପୁର, ଅନଗାଁ, ସୁବଲଡା, ପୁରୁଣାପାଣି ଓ ଶିଆଳିଲଟି ହାଇସ୍କୁଲ ଗୁଡିକ ଲୋକାପିତ ହୋଇଛି । ୫- ଟି ଦ୍ବାରା ନିର୍ମାଣ ବିଦ୍ୟାଳୟ ଗୁଡିକ ୧୦୦ ଭାଗରୁ ୫୦ ରୁ ୭୦ ଭାଗ ବିଦ୍ୟାଳୟ ଗୁଡିକ ରୁପାନ୍ତରିତ ହୋଇଥିବା ହାଇସ୍କୁଲ ଗୁଡିକ ତରବରିଭାବେୁ ଲୋକାପିତ କରାଯାଇଥିବା ଅଞ୍ଚଳବାସୀ କୁହାକୁହି ହେଉଛନ୍ତି ।

No Result
View All Result