• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କାର୍ଯ୍ୟକ୍ଷେତ୍ରରେ ବିବିଧତାର ଅନ୍ତର୍ଭୁକ୍ତୀକରଣ ପାଇଁ ବିଶେଷଜ୍ଞଙ୍କ ଆହ୍ୱାନ

Proprietor Abhimanyu Maharana by Proprietor Abhimanyu Maharana
May 7, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
କାର୍ଯ୍ୟକ୍ଷେତ୍ରରେ ବିବିଧତାର ଅନ୍ତର୍ଭୁକ୍ତୀକରଣ ପାଇଁ ବିଶେଷଜ୍ଞଙ୍କ ଆହ୍ୱାନ
Share on FacebookShare on TwitterWhatsapp

୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପରିବର୍ତିତ ଦୁନିଆରେ ବ୍ୟବସାୟଗୁଡିକୁ ପ୍ରାସଙ୍ଗିକ ରହିବା ପାଇଁ ନୂତନ ମାନବସମ୍ବଳ ଧାରା ସହ ଜଡିତ ହେବାକୁ ପଡିବ । ଏହି ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ବିଭିନ୍ନ କ୍ଷେତ୍ରର ସଂଗଠନଗୁଡିକ କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦେବା ଉଚିତ । ଡାଇଭର୍‌ସିଅସ୍ ଓ ପିଏନଭି ଫାଉଣ୍ଡେଶନ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱରରେ ଆଜି ଆୟୋଜିତ ଏଚ୍‌ଆର୍ କନ୍‌କ୍ଲେଭ୍ ଆଇକେଏଏଆଇରେ ଯୋଗ ଦେଇଥିବା ବିଶେଷଜ୍ଞ ଓ ବକ୍ତାମାନେ କର୍ପୋରେଟ୍ ଦୁନିଆକୁ ଅଧିକ ଅନ୍ତର୍ଭୁକ୍ତୀକରଣ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ବିବିଧତାର ଆହ୍ୱାନ ଦେଇଛନ୍ତି ।ସେମାନେ ସଂସ୍ଥାଗୁଡିକୁ ଅଧିକ ମଜଭୁତ ଓ ପ୍ରଭାବୀ କାର୍ଯ୍ୟକ୍ଷେତ୍ର ନିର୍ମାଣ କରିବାରେ ସାହାଯ୍ୟ କରିବା ପଇଁ ପ୍ରଭାବୀ ଶ୍ରମଶକ୍ତି ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମ୍ମିଳନୀ ଡାଇଭର୍‌ସିଅପର ପ୍ରତିଷ୍ଠାତା, ଅର୍ଚ୍ଚନା ମିଶ୍ରଙ୍କ ସ୍ୱାଗତ ସମ୍ବୋଧନ ସହିତ ଆରମ୍ଭ ହୋଇଥିଲା । ଡାଇଭର୍‌ସିଅସ୍ ହେଉଛି ଏକ ଷ୍ଟାର୍ଟଅପ୍ ଯାହା ଏକ ଦକ୍ଷ, ବହୁମୂଖୀ, ସମାନ ଓ ସମାବେଶୀ (ଡିଇଆଇ) କାର୍ଯ୍ୟକ୍ଷେତ୍ର ଚାହୁଁଥିବା ସଂସ୍ଥାଗୁଡିକର ଆକାଂକ୍ଷିତ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଉତ୍ସାହର ସହ କାର୍ଯ୍ୟ କରିଥାଏ ।ନିଜ ସମ୍ବୋଧନରେ ଅର୍ଚ୍ଚନା ମିଶ୍ର କହିଛନ୍ତିଯେ, ‘ଅନେକ ସଂସ୍ଥା ନିଯୁକ୍ତି ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ଦକ୍ଷ ପ୍ରାର୍ଥୀମାନଙ୍କର ବହୁମୂଖୀ ଶୃଙ୍ଖଳାକୁ ସନ୍ଧାନ କରିବା କଷ୍ଟକର ଥିଲା । ଡାଇଭର୍‌ସିଅସ୍ ସୋସାଇଟି ଏହି ଅନ୍ତରକୁ ଦୂର କରିବା ପାଇଁ ପ୍ରାର୍ଥୀମାନଙ୍କୁ ଚୟନ କରିବା ଆରମ୍ଭ କରିଥିଲା । ଏହି ଯାତ୍ରାରେ ଡାଇଭର୍‌ସିଅସ୍ ବୁଝିଥିଲା ଯେ, ଏହି ଅନ୍ତରକୁ ଦୂର କରିବା ପାଇଁ ଏହାକୁ ସଚେତନତା ଓ ଦକ୍ଷତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ଏବଂ ତାହା ଏହି ପ୍ଲାଟ୍‌ଫର୍ମ ‘ଆଇକେଏଏଆଇ’ ଗଠନ କରିବା ପଛର ମୁଖ୍ୟ ପ୍ରେରଣା ଥିଲା ।’ଆକ୍ସିସ୍ ଟ୍ରଷ୍ଟି ସର୍ଭିସେସ୍‌ର ଏମ୍‌ଡି ଓ ସିଇଓ, ଦୀପା ରଥ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତିଯେ, ‘ଏକ ସଂଗଠନର ଅଭିବୃଦ୍ଧି ପାଇଁ ଡିଇଆଇର ଅନୁପାଳନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ସଂଗଠନର ଲିଡରମାନେ ଏହାର ବ୍ୟବସ୍ଥା କରିବା ଉଚିତ ଏବଂ ଅନ୍ତର୍ଭୁକ୍ତୀକରଣକୁ କାର୍ଯ୍ୟକାରୀ କରିବା ପାଇଁ ସହକର୍ମୀଙ୍କୁ ସାହାଯ୍ୟ କରିବା ଉଚିତ । ବିଭିନ୍ନ ସ୍ତରରେ ଡିଇଆଇକୁ କାର୍ଯ୍ୟକାରୀ କରିବା ବ୍ୟତୀତ, ସେବି ଏଲ୍‌ଓଡିଆର୍ ନିର୍ଦ୍ଦେଶାବଳୀ କହୁଛି ଯେ, ଏକ ତାଲିକାଭୁକ୍ତ କମ୍ପାନୀର ପ୍ରତ୍ୟେକ ବୋର୍ଡରେ ମହିଳା ନିର୍ଦ୍ଦେଶକମାନଙ୍କ ପ୍ରତିନିଧି ରହିବା ଉଚିତ ।

ତେଣୁ ଏକ ସଂସ୍ଥାରେ ଜଣେ ଏଚ୍‌ଆର୍‌ଙ୍କ ଭୂମିକା ସଠିକ୍ ପ୍ରତିଭାଙ୍କୁ ନିଯୁକ୍ତି ଦେବା, ଦକ୍ଷତାର ବିକାଶ କରିବା ଓ ଦକ୍ଷ କର୍ମଚାରୀଙ୍କୁ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।’ ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସମିଟ୍ ଡିଜିଟେଲ୍‌ର ସିଏଚ୍‌ଆର୍‌ଓ, ରେଣୁକା ଗୌଡ କହିଛନ୍ତିଯେ, ‘ଡିଇଆଇକୁ କେବଳ ଶୀର୍ଷ ପରିଚାଳନା ସ୍ତରରେ ନୁହେଁ ବରଂ ବହୁସଂଖ୍ୟକ ଲୋକ ସମସ୍ତ ସ୍ତରରେ ଗ୍ରହଣ କରିବାର ଆବଶ୍ୟକତା ରହିଛି ।ଆମକୁ ପ୍ରତିଭା କ୍ଷେତ୍ରରେ ବିବିଧତା ଆଣିବାକୁ ପଡିବ; କାର୍ଯ୍ୟକ୍ଷେତ୍ରରେ ସମଜାତୀୟ ହେବା ଅଗ୍ରଗତିରେ ସାହାଯ୍ୟ କରିବ ନାହିଁ ।’ସେହିପରି ପ୍ରିଲ୍ୟୁଡ୍ ନୋବେଲ୍ ଭେଂଚର୍ସର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ, ସତ୍ୟବ୍ରତ ସାନୁ ରଥ କହିଛନ୍ତିଯେ, ‘ଆମେ ଆଗକୁ ବଢିବା ସହିତ ଆମର ସଂଗଠନ ଓ ସମୁଦାୟଗୁଡିକ ଯେପରି ଆମ ସମାଜର ସମୃଦ୍ଧ ଛବିକୁ ପ୍ରତିଫଳନ କରିବେ, ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ ।

ଆମକୁ ସମସ୍ତଙ୍କ ପାଇଁ ଏକ ଉତମ ଭବିଷ୍ୟତ ନିର୍ମାଣ କରିବା ଲାଗି ବିଭିନ୍ନ ଦୃଷ୍ଟିକୋଣ, ବିଚାର ଓ ଅନୁଭୂତିଗୁଡିକୁ ଗ୍ରହଣ କରିବାକୁ ପଡିବ । ପ୍ରିଲ୍ୟୁଡ୍ ପରିବାର ବିବିଧତାର ମୂଲ୍ୟରେ ବିଶ୍ୱାସ କରେ ଏବଂ ଆମେ ସମ୍ମାନ, ସମାନୁଭୂତି ଓ ଅନ୍ତର୍ଭୁକ୍ତୀକରଣର ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଛୁ ।

ଆସନ୍ତୁ ଏଭଳି ଏକ ଦୁନିଆ ଗଠନ କରିବା ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ପରିଚୟ ନିର୍ବିଶେଷରେ ସେମାନଙ୍କୁ ଶୁଣାଯାଉଥିବା, ଦେଖାଯାଉଥିବା ଓ ସମ୍ମାନ ଦିଆଯାଉଥିବା ଅନୁଭବ କରିବେ ।’ ଏହି ବହୁମୂଖୀ ଏଚଆର୍ କନ୍‌କ୍ଲେଭ୍ ୧୦୦ରୁ ଅଧିକ ଏଚ୍‌ଆର୍ ପେସାଦାରମାନଙ୍କ ପାଇଁ ଏକତ୍ରିତ ହେବା ଓ ପରସ୍ପରଠାରୁ ଶିଖିବା ଏବଂ ସାଂଗଠନିକ ଲକ୍ଷ୍ୟକୁ ଆଗକୁ ବଢାଇବା ପାଇଁ ନୂଆ ବିଚାରଧାରା ଓ ରଣନୀତିଗୁଡିକ ସହ ଫେରିବା ପାଇଁ ଏକ ଅତୁଳନୀୟ ସୁଯୋଗ ଥିଲା ।ଏଚ୍‌ଆର୍ ପ୍ରଫେସ୍‌ନାଲ ବା ମାନବସମ୍ବଳ କ୍ଷେତ୍ରର ପେସାଦାର, ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ବିଶେଷଜ୍ଞମାନେ ଦକ୍ଷତା ଅନ୍ତରକୁ ବୁଝିବା ଏବଂ କିଭଳି ଏକ ଅଧିକ ସମାବେଶୀ ଓ ସମାନ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରାଯିବ ତାହା ଉପରେ ତଥ୍ୟ, ସର୍ବୋତମ ଅଭ୍ୟାସ ଓ ରଣନୀତିଗୁଡିକୁ ସେୟାର କରିଥିଲେ । ସିଇଓ, ଏଚ୍‌ଆର୍ ଲିଡର ଓ ଡିଇଆଇ ବିଶେଷଜ୍ଞମାନେ କିଭଳି ଏକ ଅଧିକ ସମାବେଶୀ ଓ ସମାନ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରାଯିବ ତାହା ଉପରେ ନିଜର ମତାମତ ପ୍ରକାଶ କରିଥିଲେ ।

ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବର୍ତମାନର ଚାହିଦା ଓ ଦକ୍ଷତା ଅନ୍ତରକୁ ବୁଝିବା ଯାହା ସଂଗଠନଗୁଡିକୁ ସମସ୍ତେ ମୂଲ୍ୟବାନ ଓ ସମ୍ମାନିତ ଅନୁଭବ କରୁଥିବା ଏକ ପରିବେଶ ସୃଷ୍ଟି କରିବା ପାଇଁ ନିଯୁକ୍ତି ପ୍ରଦାନ କରିବା ଏବଂ ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ଦିଗରେ ଅଧିକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ପ୍ରେରିତ ଓ ସଶକ୍ତ କରିବ । ଏକ ବହୁମୂଖୀ କର୍ମବଳ ଉଦ୍ଭାବନ, ଅଭିବୃଦ୍ଧି ଓ ସଫଳତାକୁ ପରିଚାଳନା କରିବାର ଚାବିକାଠି ଅଟେ ।ସମ୍ମିଳନୀର ବକ୍ତାମାନେ ଆଜିର ଦୁନିଆରେ ସଂଗଠନଗୁଡିକ ସମ୍ମୁଖୀନ ହେଉଥିବା ସବୁଠାରୁ ଚିନ୍ତାଜନକ ପ୍ରସଙ୍ଗ ଯେପରିକି ବହୁମୂଖୀ କର୍ମବଳ ପାଇଁ ଦକ୍ଷତାର ଆବଶ୍ୟକତା, ଅସଚେତନ ପକ୍ଷପାତିତା, ସାଂସ୍କୃତିକ ପ୍ରତିଯୋଗିତା, ବିଭକ୍ତିକରଣ ଓ ଆଲିସିପ୍ ଆଦିକୁ ଆବିଷ୍କାର କରିଥିଲେ । ଏହା ଅଂଶଗ୍ରହଣକାରୀଙ୍କୁ ନିଜ ଶିଳ୍ପର ସହଯୋଗୀମାନଙ୍କ ସହ ସଂଯୋଗ କରିବା, ବିଚାରଗୁଡିକୁ ସେୟାର କରିବା ଓ ପରସ୍ପରର ଅଭିଜ୍ଞତାରୁ ଶିଖିବାକୁ ଅନୁମତି ଦେଇଥିଲା ।ଜେଲ୍ ଡିଜି, ଆଇପିଏସ୍‌, ଡଃ ମନୋଜ ଛାବ୍ରା ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଅଭିଭାଷଣ ଦେବା ସହିତ ଆଇବିଏମ୍ କୋଲ୍‌କାତାର ଏଚ୍‌ଆର୍‌ବିପି ପ୍ରଜ୍ଞା ମହାପାତ୍ର, ଏକ୍ସଟ୍ରା ହପ୍‌ର ଭିପି ଏଚ୍‌ଆର୍ ସ୍ୱିଟୀ ରଥ, ଟାଲେଂଟ୍ ଆକ୍ୱିଜିଶନର ଏଭିପି ରତନଦୀପ ମହାନ୍ତି ଓ ବିର୍‌ଲା ହ୍ୱାଇଟ୍‌, ଟାଲେଂଟ୍ ଆକ୍ୱିଜିଶନ, ଲିଡ୍ ଏଚ୍‌ଆର୍‌, ମନିଶା ଯୋଶୀ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଥିଲେ । ‘ଅଧିକ ସମାବେଶୀ ନିଯୁକ୍ତି ଓ ରିଟେନ୍‌ଶନ ରଣନୀତି ଗଠନ କରିବା: ଅଧିକ ବହୁମୂଖୀ ପ୍ରତିଭାମାନଙ୍କୁ ଆକର୍ଷିତ, ନିଯୁକ୍ତି ଓ ବଜାୟ ରଖିବା ପାଇଁ କ’ଣ ସବୁ ଟୁଲ୍ ଓ ଟେକ୍‌୍‌ନିକ୍ ପ୍ରସଙ୍ଗ ଉପରେ ଆୟୋଜିତ ପ୍ୟାନେଲ ଆଲୋଚନା କରିଥିଲେ ।ସେମାନେ ପ୍ରତିଭା ପରିଚାଳନା କ୍ଷେତ୍ରରେ ବିବିଧତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ ଏବଂ ମାନବସମ୍ବଳ କ୍ଷେତ୍ରର ପେସାଦାରମାନଙ୍କୁ ଆକର୍ଷିତ କରିବା ଓ ଟାଲେଂଟ୍ ପୁଲ୍‌କୁ ବଜାୟ ରଖିବା ପାଇଁ ସକ୍ଷମ କରୁଥିବା ଟୁଲ୍ ଓ ଟେକ୍‌ନିକ୍‌ଗୁଡିକ ଉପରେ ଆଲୋକପାତ କରିଥିଲେ । ରେଣୁକା ଗୌଡା, ଭୋଲ୍‌ଟାସ୍ ବେକୋର ଏଚ୍‌ଆର୍ ହେଡ୍ କୋଲିନ୍ ମେଣ୍ଡିସ୍‌, ହିଣ୍ଡାଲ୍‌କୋର ହେଡ୍ କମ୍ୟୁନିଟି ରିଲେଶନ୍ସ, ଲୋପାମୁଦ୍ରା ପ୍ରିୟଦର୍ଶୀନି ଓ ଷ୍ଟେଲାଂଟିସ୍‌ର ଏଚ୍‌ଆର ହେଡ୍ ସଫ୍ଟୱେୟାର,ପୁନମ ଧନବତୀ ପ୍ରମୁଖ ଡିଇଆଇ ପ୍ରୟାସଗୁଡିକୁ ସମର୍ଥନ କରିବା କ୍ଷେତ୍ରରେ ନେତୃତ୍ୱର ଭୂମିକା ପ୍ରସଙ୍ଗ ପାଇଁ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

June 17, 2026
ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version