୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଲୋକ ଆସି ଠକି ଥିବାର ନଜିର ରହିଛି । ସେହିପରି ଗତ କିଛି ଦିନ ପୂର୍ବେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ଅନୁରୋଧ ଵାଲା ଙ୍କ ପୁତ୍ର ଅଭିଷେକ ବାଲା(୨୩)ବର୍ଷ ମୋହନା ଥାନା ଅନ୍ତର୍ଗତ ଡେକାସିନ୍ଧବା ଗ୍ରାମର ମାମିନା ଦଳାଇ ଙ୍କୁ ଅଧିକା ଅର୍ଥର ଲୋଭ ଦେଖାଇ ୨୮୫୦୦ ଟଙ୍କା ନେଇଥିଲେ ।
କିନ୍ତୁ କୌଣସି ସୂତ୍ରରୁ ୨୫ଲକ୍ଷ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବହୁତ ଦିନ ବିଳମ୍ବ ପରେ ସେହି ଅଧିକା ଅର୍ଥ ନ ମିଳିବାରୁ ଯୁବତୀ ଜଣକ ଥାନାର ଆଶ୍ରୟ ନେଇଥିଲେ । ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଯୁବତୀଙ୍କ ଏତଲା କୁ ଗ୍ରହଣ କରି ଠକ ଯୁବକଙ୍କୁ ଧରି ତଦନ୍ତ କରୁଛନ୍ତି । ଠକ ଯୁବକଙ୍କ ବିରୋଧରେ ୪୧୯/୪୨୦ଭାରତୀୟ ପିଙ୍ଗଳ କୋଡ଼ ଧାରା ସହ ଅନ୍ୟାନ୍ୟ ଧାରାରେ ଗିରଫ କରାୟାଇ ଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠି ପ୍ରକାଶ କରିଛନ୍ତି ।

© 2023 Odisha Taza News.