ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ ମୁଖ୍ୟ ଅତିଥି ମୀରା ପରିଡ଼ା ତାଙ୍କ ଅଭିଭାଷଣ ରେ କହିଥିଲେ ଯେ,ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆତ୍ମନିର୍ଭରଶୀଳ କରିବା ଉଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହା ଯୁଗାନ୍ତକାରୀ ଯୋଜନା ବୋଲି କହିଥିଲେ । ମା ମାନେ ଏବେ ଆଉ ଘର କୋଣରେ ନରହି ଥାନା , ଡାକ୍ତରଖାନା ଓ ବିଭିନ୍ନ ଅଫିସ କୁ ଯାଇ ପୁରୁଷ ଙ୍କ ଭଳି ସବୁ କାର୍ଯ୍ୟ କରିପାରୁଛନ୍ତି ଓ ଠିକାଦାର କାର୍ଯ୍ୟ ମଧ୍ୟ କରୁଛନ୍ତି ।
ମହିଳା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆହୁରି ଆଗକୁ ବଢ଼ିବାରେ ସହଯୋଗ ଦେଉଛନ୍ତି । ପରେ ଶ୍ରୀମତୀ ପରିଡ଼ା ମହିଳା ମାନଙ୍କ ଦ୍ଵାରା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ନିର୍ମିତ ପାର୍କ,ଖୋଲା ଜିମ୍ କେନ୍ଦ୍ର,ଫେବର ପାଦଚଲା ରାସ୍ତା ଇତ୍ୟାଦି ପ୍ରକଳ୍ପ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିଥିଲେ । ଏହି ପରିଦର୍ଶନ ରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, କାଉନସିଲର ଗିରିଧାରୀ ସାହୁ,ପପୁ ସାହୁ,ନରେନ୍ଦ୍ର ବେହେରା ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଶକ୍ତି ପ୍ରସାଦ ସାହୁ, ମୁକ୍ତା ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।

© 2023 Odisha Taza News.