ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ପାରଳାଖେମୁଣ୍ଡି :- ଏଟିମ୍ ରୁ ଟଙ୍କାଉଠାଣକୁ ନେଇ ନୂଆ ନିୟମ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ନୂଆ ନିୟମ ଅନୁସାରେ, ଏଣିକି ଏଟିମରୁ ମାତ୍ର ୫ ହଜାର ଟଙ୍କା ଉଠାଇ ହେବ । ଅଧିକ ଉଠାଇଲେ ଚାର୍ଜ ଲାଗିବ ବୋଲି ଆରଟିଆଇ ମାଧ୍ୟମରେ ସୂଚନା ମିଳିଛି । ଏଟିଏମ ଉଠାଣ ୫୦୦୦ ରୁ ଅଧିକ ହେଲେ ଚାର୍ଜ ଲାଗିବ ବୋଲି ଗତବର୍ଷ ଅକ୍ଟୋବର ୨୨ରେ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ପକ୍ଷରୁ ସ୍ଥିର ହୋଇଥିଲା ।
ଏହାର ରିପୋର୍ଟ ଆରବିଆଇକୁ ଦିଆଯାଇଥିଲା । ଏହା ସହ ରିପୋର୍ଟରେ କୁହାଯାଇଥିଲା ଯେ, ଏଟିଏମ ଅପରେଟିଂରେ ଅଧିକ ଖର୍ଚ୍ଚ ହେଉଛି । ଗ୍ରାହକଙ୍କ ଏଟିଏମ ଉପଯୋଗ ଉପରେ ଇଣ୍ଟରଚେଞ୍ଜ୍ ଫିସକୁ ୨୦୧୨ ପରେ ଆଉ ସମୀକ୍ଷା କରାଯାଇ ନାହିଁ । ଆରଟିଆଇ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତଙ୍କ ଆବେଦନକୁ ପବ୍ଲିକ ଇନଫରମେସନ ଅଫିସରେ ଖାରଜ କରାଯାଇଥିଲା । କିନ୍ତୁ ଏହାକୁ ଶ୍ରୀକାନ୍ତ ପୁଣି ଥରେ ଆବେଦନ କରିଥିଲେ । ଏହା ପରେ ଆରବିଆଇ ଏଟିଏମ ଟଙ୍କା ଉଠାଣ ନେଇ ସୂଚନା ଦେଇଥିଲା । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)