• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

Proprietor Abhimanyu Maharana by Proprietor Abhimanyu Maharana
May 5, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
Share on FacebookShare on TwitterWhatsapp

ବିପ୍ଳବୀ ଧରଣୀଧରଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ : ଅତିଥି

୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ । ତାଙ୍କର ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ । ତାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ । ଏଭଳି ଜଣେ ସତ୍ୟନିଷ୍ଠ ସଂଗ୍ରାମୀଙ୍କ ପ୍ରେରଣାସ୍ପଦ ଜୀବନକାହାଣୀ ଉତ୍ତରପିଢ଼ିଙ୍କ ନିକଟରେ ସସମ୍ମାନେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦୁଝର ଭୂୟାଁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ଅନେକବାର ବିଦ୍ରୋହ କରିଥିଲେ । ସେଥି ମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧିନ ଧରଣୀମେଳି । ଯାହା ଅତ୍ୟାଚାରୀଙ୍କ ଆଖିରୁ ନିଜ ହଜାଇ ଦେଇଥିଲା । ଏହି ସଂଗ୍ରାମ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାଧରରେ ଲିପିବଦ୍ଧ । ତାଙ୍କର ମହାନ ଆଦର୍ଶ ଓ ନୀତିନିଷ୍ଠ ଜୀବନ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇରହିଛି ବୋଲି ଶ୍ରୀ ନାଏକ ଉଲ୍ଲେଖ କରିଥିଲେ । ବିପ୍ଳବୀ ଧରଣୀଧରଙ୍କ ଜାତିପ୍ରୀତି ଓ ସାହସିକତା ସବୁବେଳେ ଓଡ଼ିଆମାନଙ୍କୁ ପ୍ରେରଣା ଯୋଗାଉଥିବ । ସେ ଅସାଧାରଣ ଜ୍ଞାନ ଓ ଗରିମାର ଅଧିକାରୀ ଥିଲେ ବୋଲି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ । ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝରର ସହକାରୀ ପ୍ରଫେସର ଡ. ସୁମନ୍ତ୍ର ନାଏକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖି ଧରଣୀଧରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଧରଣୀଧର ଏକ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା କରିଥିଲେ । ଯେଉଁଠି ସମସ୍ତଙ୍କର ସମାନ ଅଧିକାର ରହିବ । ସେଭଳି ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ ବୋଲି ସେ ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦୈତାରୀ ନାଏକ, କେନ୍ଦୁଝର ନାଗରିକ ପରିଷଦର ସଭାପତି ଶ୍ରୀ ହାଡିବନ୍ଧୁ ପଟ୍ଟନାୟକ, ଅଧ୍ୟାପିକା ଡ. ଯାଜ୍ଞସେନୀ ଛତି୍ରଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧର ଜଣେ ସାହସୀ, ସ୍ୱାଭିମାନୀ, କର୍ତ୍ତବ୍ୟନିଷ୍ଠ ଓ ପ୍ରଜ୍ଞାବାନ୍‌ ପୁରୁଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ସେମାନଙ୍କୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ପ୍ରେରଣା ଦେଇଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣରେ ବିପ୍ଳବୀ ଧରଣୀଧର ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ଉଲ୍ଲେଖ କରିଥିଲେ । ଧରଣୀଧରଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ଅବସରରେ କେନ୍ଦୁଝର ସଂଘ ପକ୍ଷରୁ ଏକ ମୁଖପତ୍ର ଉନ୍ମୋଚିତ ହୋଇଥିଲା । ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ସଂପାଦକ ଶ୍ରୀ ବିଜୟ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ବାଦାମପାଟ ଓ ଫୁଲଝର, ଲହୁଣିପଡ଼ା, ସୁନ୍ଦରଗଡର କଳାକାରଙ୍କ ଦ୍ୱାରା ପରିବେଷିତ ଚାଙ୍ଗୁନୃତ୍ୟ, ପାରମ୍ପରିକ ଜନଜାତି ନୃତ୍ୟ ଓ ସଂଗୀତ ଦର୍ଶକମାନଙ୍କୁ ମନ୍ତ୍ରମୁU କରିଥିଲା । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

June 17, 2026
ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version