ସେଥି ମଧ୍ୟରୁ ୪୦ ଗୋଟି ସମସ୍ୟା ଉପରେ ଆଲୋଚନା କରାଯାଇ ପ୍ରଶାସନ ଦ୍ଵାରା ସହମତି ପ୍ରକାଶ ପାଇଥିଲା। ବିଶେଷ କରି ପାରାଦୀପ ରେଳ କ୍ୱାର୍ଟର କୁ ପାନୀୟ ଜଳ ଯୋଗାଣ, ମହିଳା ମାନଙ୍କ ପାଇଁ କର୍ମକ୍ଷେତ୍ରରେ ବିଶ୍ରାମ ଗୃହ, ଖୋର୍ଦ୍ଧାରୋଡ଼ ରେଳ କ୍ୱାର୍ଟର ରେ ଏସି ସଂଯୋଗ ପାଇଁ ଆନୁଷଙ୍ଗିକ ଯନ୍ତ୍ରପାତିର ଖୁବ୍ ଶୀଘ୍ର କ୍ଷମତା ବୃଦ୍ଧି, ମାଲଗୋଦାମ ରାସ୍ତାରୁ ସିକ୍ ଲାଇନ ଅଫିସ ପର୍ଯ୍ୟନ୍ତ ପକା ରାସ୍ତା ଟେଣ୍ଡର ସରିଛି ରାସ୍ତା କାମ ଖୁବ୍ ଶୀଘ୍ର ଆରମ୍ଭ,ଖୋର୍ଦ୍ଧାରୋଡ ଷ୍ଟେସନ ଠାରୁ ରେତଙ୍ଗ କଲୋନୀକୁ ଚଉଡ଼ା ରାସ୍ତା, ଲୋକୋ ପାଇଲଟ୍ ମାନଙ୍କ ପାଇଁ ବିଶ୍ରାମ ଗୃହ ଓ ସାଇକେଲ ଷ୍ଟାଣ୍ଡ ନିର୍ମାଣ,
ରାଜା ଆଠଗଡ଼ ଓ ଯଖପୁରା ରନିଙ୍ଗ ଷ୍ଟାଫ୍ ଲବିରେ ଖୁବ୍ ଶୀଘ୍ର ଏସି ସଂଯୋଗ ଓ ବାକିଥିବା ଲେବୁଲ୍ କ୍ରସିଂ ରେ ମରାମତି ଓ ବିଦ୍ୟୁତ୍ ସଂଯୋଗ ଜୁଲାଇ ସୁଦ୍ଧା ସମାପ୍ତ ଭଳି ଅନେକ କାର୍ଯ୍ୟକୁ ପ୍ରଶାସନ ମାନି ନେଇଥିବାରୁ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ବିଭାଗର ବରିଷ୍ଟ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ପ୍ରବନ୍ଧକ ଶ୍ରୀ ରୀଙ୍କେସ ରାୟ ଯୋଗ ଦେଇଥିବା ବେଳେ ବରିଷ୍ଟ କାର୍ମିକ ଅଧିକାରୀ ରଞ୍ଜନ ମହାନ୍ତି ବୈଠକକୁ ସଂଯୋଜନା କରିଥିଲେ ବୋଲି ଶ୍ରମିକ କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।

© 2023 Odisha Taza News.