No Result
View All Result
୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକର ଖଜୁରୀପଦା ଗ୍ରାମ୍ୟଦେବୀ ଠାକୁରାଣୀଙ୍କ ଯାତ୍ରା ସକାଶେ ବୁଧବାର ମଧ୍ୟାହ୍ନରେ ଶୁଭଖୁଣ୍ଟି ସ୍ଥାପିତ ହୋଇଥିଲା । ପାତ୍ରସାହି ସ୍ଥିତି ଅସ୍ଥାୟୀମଣ୍ଡପରେ ପ୍ରଥମେ କୁମ୍ଭୀର ଆଣିଥିବା ମାଟିରେ ତିଆରି ପୂଜା ସାମଗ୍ରୀ ବନ୍ଦାପନା କରାଯିବା ପରେ ଗ୍ରାମବାସୀ ବିଭିନ୍ନ ବଜାବାଜଣା ଓ ଶଙ୍ଖଧ୍ବନି ସହ ଏକ ପଟୁଆରରେ ବାହାରି ମା ମାଣିକେଶ୍ବରୀଙ୍କ ମନ୍ଦିର ପହଞ୍ଚିଥିଲେ । ସେଠାରେ ଗ୍ରାମର ପାତ୍ରଙ୍କ ଉପସ୍ଥିତିରେ ପୂଜାରୀ ଦଳେଇ ଓ ବେହେରା ମା ‘ ଙ୍କୁ ଆବାହନ କରିଥିଲେ ପରେ ମା ମାଣିକେଶ୍ବରୀଙ୍କ ମନ୍ଦିର ପାଖ ଜଙ୍ଗଲରେ ପୂଜାର୍ଚନା କରି ଏକ ଜାମ ଖୁଣ୍ଟ ଛେଦନ କରି ପାତ୍ରସାହି ସ୍ଥିତ ଅସ୍ଥାୟୀ ପୀଠକୁ ଆଣିଥିଲେ ।
ପୂଜାର୍ଚନା ପରେ ତାହା ଶୁଭଖୁଣ୍ଟିକୁ ସ୍ଥାପନ କରାଯାଇଥିଲା । ପ୍ରତି ୩ ବର୍ଷରେ ଥରେ ଜାତ୍ରା ଆୟୋଜନ ହେଉଥିବା ଏହି ଐତିହାସିକ ଯାତ୍ରା ଚଳିତ ୧୨ ତାରିଖ ରୁ ଆରମ୍ଭ ହେବ । ଏହି ମା ଙ୍କ ଯାତ୍ରା ୫ ଦିନ ଧରି ଚାଲିବ ବୋଲି କମିଟି ତରଫରୁ ଜଣାପଡିଛି । ଗ୍ରାମ ଖୁଖିଆ ସାଗର ପାତ୍ରଙ୍କ ତତ୍ତ୍ବାବଧାନରେ ଗ୍ରାମ୍ୟ କମିଟି ଓ ଶାସ୍ତ୍ରୀଜୀ ଯୁବକ ସଂଘ ଯାତ୍ର ପରିଚାଳନାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

No Result
View All Result