୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାଜନଗର :- ରାଜନଗର ବ୍ଲକ ଅନ୍ତର୍ଗତ ହାତୀନା ପଂଚାୟତ ନିକଟସ୍ଥ ଏଣ୍ଡୁଳାପୁର ଗ୍ରାମର ଭେଡୀସାହି ରେ ମଧ୍ୟାହ୍ନ ସମୟରେ ଅଚାନକ ଭାବେ ଅଗ୍ନିକାଣ୍ଡ ଘଟଣା ଘଟି ଚାରିବଖରା ବାସ ଗୃହ ର ସମସ୍ତ ଆସ ବାସ ପତ୍ର ନିଆଁ ର କରାଳ ଗ୍ରାସ ରେ ସମ୍ପୂର୍ଣ ପୋଡି ପାଉଁଶ ହୋଇ ଯାଇଛି, ! ଯାହା ଫଳରେ କି ଏମିତିକି ଧାନ, ଚାଉଳ, ବିରି, ସରକାରୀ କାଗଜ ପତ୍ର ସହିତ ଆଲମେରା, ଖଟ, ଚୌକି, ଏପରିକି ପିନ୍ଧିଥିବା ବସ୍ତ୍ର ଛଡା ଆଉ କିଛି ବୋଲି କୌଣସି ଜିନିଷ ନାହଁ, !
ତେବେ ଏହିଭଳି ଘଟଣା ସ୍ଥାନୀୟ ଅଞ୍ଚଳ ଖବର ପାଇବା ମାତ୍ରେ ଗୋପବନ୍ଧୁ ଜନସେବା ସଂଘ ସଦସ୍ୟ ତୁରନ୍ତ ଅଗ୍ନିକାଣ୍ଡ ରେ ସର୍ବହରା ହୋଇଥିବା ପରିବାର ଙ୍କ ନିକଟରେ ପହଞ୍ଚି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ, ! ତେବେ ଆଜିର ଜନସେବା ଯୋଗାଇଦେବା ପାଇଁ ଖୋଦ ନିଷ୍ପତି ନେଇଥିଲେ ଗୋପବନ୍ଧୁ ଜନସେବା ସଂଘ ର ମୁଖ୍ୟ ସମ୍ପାଦକ ଦିଲ୍ଲୀପ ରଞ୍ଜନ ପାଳ, ସୁବାସ ଚନ୍ଦ୍ର ରାଉତ, କୃଷ୍ଣ ଚନ୍ଦ୍ର ବେହେରା,ଯୁବ ସଙ୍ଘଟନ ର ଯୁବ କର୍ମୀ ଦିଲ୍ଲୀପ କୁମାର ପ୍ରଧାନ, ଅଞ୍ଜନ କୁମାର ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ, !

© 2023 Odisha Taza News.