No Result
View All Result
୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଦୁର୍ଗମ ଅଞ୍ଚଳ ଗାଁରେ ହାଡଫୁଟି ଆତଙ୍କ । ୨ ଗୁରୁତର। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ଅଧିନ ଆରୁମପାଟା ଗାଁରେ ହାଡଫୁଟି ବ୍ୟାପିବାରେ ଲାଗିଛି । ଗାଁରେ ଗତ ୩ ମାସ ମଧ୍ୟରେ ପ୍ରାୟ ୩୦ରୁ ୩୫ ଜଣ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ବି ୨ ଜଣ ହାଡଫୁଟିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଅଛନ୍ତି । ଗୁରୁତର ମାନେ ହେଲେ ଆବେଲ ମାଝୀ (୩୫) ଓ ୨ ବର୍ଷର ଯସ୍ମିତା ମାଝୀ ।
ଗ୍ରାମରେ ଦୀର୍ଘମାସ ଧରି ହାଡ ଫୁଟି ବ୍ୟାପିଥିଲେ ମଧ୍ୟ ଅଙ୍ଗନବାଡ଼ି, ଆଶା ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଖରେ ଖବର ନଥିଲା କି ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ମଧ୍ୟ ଜଣାଇପାରିନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସେମାନେ କେବଳ ଦେଶୀ ଚିକିତ୍ସା (ଚ଼େରମୂଳି)ଉପରେ ନିର୍ଭର କରି ଔଷଧ ବ୍ୟବହାର କରୁଥିଲେ । ଖବର ପାଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ଗୋପାଳକୃଷ୍ଣ ସାହୁ ଓ ଟିମ ଆରୁମ ପାଟା ଗ୍ରାମରେ ପହଞ୍ଚି ଗୁରୁତର ମାନଙ୍କୁ ଚିକିତ୍ସା କରି ଔଷଧ ବିତରଣ କରିବା ସହ ଗାଁର ଆବାଳ, ବୃଦ୍ଧ, ବନିତା ମାନଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରିଛନ୍ତି ।

No Result
View All Result