ପ୍ରତିଦିନର ନଗର ପରିକ୍ରମା ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା’ ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ। ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ସହ ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ସମ୍ବଲପୁରୀ ଭଜନ ସନ୍ଧ୍ୟା ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପଟୁଆର ଢୋଲ, ବାଜା ମୃଦୁଙ୍ଗ ସହ ଅନେକ ବାଜା ସାମିଲ ଥିଲେ । ୧୧ ଦିନରେ ମା ‘ଙ୍କ ଅଷ୍ଟମ ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଜଗନ୍ନାଥ ମାର୍କେଟ, ତ୍ରିବେଦୀ ପାର୍କ ଛକ,
କଲ୍ୟାଣୀ ମଣ୍ଡପ ଛକ ହୋଇ ବନଖଣ୍ଡ କାର୍ଯ୍ୟାଳୟ ଅଞ୍ଚଳରେ ମା’ପ୍ରବେଶ କରିବା ପରେ କାର୍ଯ୍ୟାଳୟ ସମ୍ମୁଖରେ କୁମ୍ଭ, ଦୀପ, ଧୂପ, ଫୁଲ, ଚନ୍ଦନ ଓ ଭୋଗ ରଖି ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ପୂଜାର୍ଚନା କରିଥିଲେ l ଏଥିରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ, ମା’ଦୁର୍ଗା, ମହାମାୟୀ, ଡେଙ୍ଗଶୀଳ, ଏବଂ ମା’କାଳୀଙ୍କ ଘଟ ଏହିଯାତ୍ରା ରେ ମିଳିତ ଭାବରେ ଯାଉଛନ୍ତି । ଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ କେନ୍ଦ୍ର ଖୋଲା ଯାଇଛି l ଆୟୋଜକ ସମିତି ତଥା ଯାତ୍ରାର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

© 2023 Odisha Taza News.