କାପୁଡିଆ ସମାଜ କମ୍ୟୁନିଟି ସେଣ୍ଟର୍ ଉଦ୍ ଘାଟିତ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ସହର ର ସର୍ବାଧିକ ଜନବହୁଳ ଜାତି କlପୁଡ଼ିଆ ସମାଜ ର ନୂତନ କମ୍ୟୁନିଟ ସେଣ୍ଟର୍ ଆଜି ଉଦ୍ ଘାଟିତ ହୋଇଯାଇଛି । ସିନେମା ହଲ ସମ୍ମୁଖ ରେ ବିଧାୟକ ଅନୁଦାନ ପାଣ୍ଠି ରୁ ୬ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠ ଘର କୁ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ନଗରପାଳ ଶୁଭେନ୍ଦୁ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଭୁବନ କlପୁଡ଼ିଆ ସମାଜ ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ,ଜିଲ୍ଲା ସଭାପତି ଖଗେଶ୍ବର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସମ୍ପାଦକ ବିଦ୍ୟାଧର ବିହାରୀ କlପୁଡ଼ିଆ ସମାଜ ର ଐତିହ୍ୟ ପରମ୍ପରା ଓ ଅଭାବ ଅସୁବିଧା ସମ୍ପର୍କ ରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିପିନ୍ ବିହାରୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କlପୁଡ଼ିଆ ସମାଜ ର ଶତାଧିକ କର୍ମକର୍ତ୍ତା ଙ୍କ ସମେତ ଭୁବନ ,ଷଡ଼ଙ୍ଗୀ, ର।ସୋଳ ଅଞ୍ଚଳର ସହସ୍ରାଧକ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ କlପୁଡ଼ିଆ ସମାଜ ମହିଳା ସଭାନେତ୍ରୀ ତଥା କବୟିତ୍ରୀ ବିଳାସିନୀ ପୃଷ୍ଟି ଙ୍କ ରଚିତ ପୁସ୍ତକ ଉନ୍ମୋଚନ ହୋଇଥିଲା ।