ଥାନାରେ ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ହେଉନି ,ଟଙ୍କାଦେଇ ଘଟନାକୁ ଚାପିଦେଲେ ସର୍ଦ୍ଦାର

୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ର ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା ଖପ୍ରାଖୋଲ ଓ ବେଲପଡା ବ୍ଲକରେ ପ୍ରତି ମାସରେ କିଛି ନାଁ କିଛି ଘଟନା ସମ୍ନାକୁ ଆସୁଛି ।ପେଟ ପାଟଣା ପାଇଁ ବାହାର ରାଜ୍ୟ କୁ ଦାଦନ ଖଟିଯାଇଥିବା ଶ୍ରମିକ ମାନେ ମୃତ୍ୟୁ ବରଣ କରୁଛନ୍ତି ।କାହାର ଶବ ଘର କୁ ଫେରୁଛି ତ ଆଉ କାହାର ଶବ କୁ ବାହାର ରାଜ୍ୟରେ ହିଁ ପୋଡି ପାଉଶ ହୋଇଯାଇଛି ।ଠିକ ଏତିକି ବେଲେ ଜଣେ ସରପଞ୍ଚ ଦାଦନ ସର୍ଦ୍ଦାର ସାଜି ଲୋକ ମାନଙ୍କୁ ବାହାର ରାଜ୍ୟ କୁ ଦାଦନ ଖଟାଇବାକୁ ନେବା ଏବେ ବେଶ ଚର୍ଚ୍ଚାର ବିଷୟ ପାଳଟିଛି ।ମିଳିଥିବା ସୂଚନା ଅନୁସାରେ ପାଟଣାଗଡ ଥାନା ମରୁଆ ପଚାଂୟତର ଅନ୍ତର୍ଗତ ପଣ୍ଡରିପାଣି ଗାଁର ମଣିଧରୁଆ ନିଜ ନାବାଳକ ପୁଅ କୁ ଧରି ବାହାର ରାଜ୍ୟ କର୍ଣ୍ଣାଟକ ର ରାଇଜୁରି ଜିଲ୍ଲା ତୁନ୍ତାପୁର ଅଚଂଳ କୁ ଦାଦନ ଖଟିବାକୁ ଯାଇଥିଲେ ।
ବେଲପଡା ବ୍ଲକ ସଲଣ୍ଡି ସରପଚଂ ଜଗ ବେହେରା ଙ୍କ ଠାରୁ ୮୦ ହଜାର ଟଙ୍କା ବଇନା ନେଇ ସେ ବାହାର ରାଜ୍ୟ କୁ ଇଟାଗଢିବାକୁ ଯାଇଥିଲେ ।ସେଠାରେ କୈଣସି କାରଣ ପାଇଁ ନାବଳକ ପୁଅର ମୃତ୍ୟୁ ଘଟିଥିଲା ।ଅତ୍ୟଧରକ କାମ ପାଇଁ ପୁଅର ଜୀବନ ଯାଇଥିବା ଅଭି୍ୋଗ କଲେ ପରିବାର ଲୋକ ।ବାହାର ରାଜ୍ୟରେ ଦୁଇଦିନ ଧରି ପଡି ରହିଲା ଶବ ।ଘରେ ମାଁ ଏକୁଟିଆ ,ମୃତ ପୁଅର ମୁହ ଦେଖିବାକୁ ବ୍ୟାକୁଳ ମାଁ ,ହେଲେ ଗରିବ ଲୋକ କେମିତି ପୁଅର ଶବ କୁ ଗାଁ କୁ ଆଣିବେ ।ଦାଦାନ ସର୍ଦ୍ଦାର କୁ ହାର ଗୁହାରି କଲେ କିଛି ଶୁଣୁ ନାହାନ୍ତି ।କିଛି ଟଙ୍କା ନେଇ ଚୁପ ରହିବାକୁ ପରିବାର ଲୋକଙ୍କୁ ଚାପ ସୃଷ୍ଟିକରୁଛନ୍ତି ।ଏନେଇ ମାଁ ପାଟଣାଗଡ ଥାନାର ଦ୍ୱାରସ୍ଥ ହେଲେ ମାଁ ବିଳାସ ଧରୁଆ ।
କାଲେ ଘଟଣା ଚାରିଆଡେ ବ୍ୟାପିବ ସେନେଇ ପରିବାର ଲୋକଙ୍କୁ ହାର ଗୁହାରି କରିଥିଲେ ସର୍ଦ୍ଦାର ।ପରେ ପରିବାର ବଲୋକ ୫ ଲକ୍ଷ ଦାବି କରିଥିବା ବେଲେ ୧ଳକ୍ଷ ୨୦ ହଜାର ଦେଇ ଘଟଣାକୁ ଚାପିଦେଇଥିବା ଜଣାପଡିଛି ।ତେବେ ଜଣେ ସରପଚଂ ହୋଇ ଦାଦନ ସର୍ଦ୍ଦାର ସାଜିବା ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।ଯାହାକ କୁ ନେଇ ପ୍ରଶାସନ ମିଶନ ଉଦ୍ଧାର କାର୍ଯ୍ୟକ୍ରମ କରିଥିଲା ।ସେ ଯଦି ଶ୍ରମିକ ଚାଲେ।।ଣରେ ସଂପୃକ୍ତ ଅଛନ୍ତିି ତେବେ କାହାକୁ କହିବା ବୋଲି ଲୋକେ ଆଲେଚନା କରୁଛନ୍ତି ।ତେବେ ଏନେଇ ଜଗ ବେହେରା ଙ୍କୁ ଯୋଗାଯୋଗ କରିବାରୁ ମୁ ତାକୁ ନଇ ନାହିଁ ବିଷ୍ଣୁ ଭୁଏ ନାମକ ଜଣରେ ସର୍ଦ୍ଦାର ନେଇଥିବା ସଫେଇ ଦେଇଥିଲେ ।
ଅନ୍ୟପଟେ ଏନେଇ ପାଟଣାଗଡ ଶ୍ରମ ନିରିକ୍ଷକ ନିରଞ୍ଜନ ଭୂୟଁଙ୍କୁ ପଚାରିବାରୁ ମୋ ପାଖକୁ ଖବର ଆସିଛି କିନ୍ତୁ ତାଙ୍କରି କଣ ଆପୋସ ବୁଝାମଣା ହେବା ରୁ ମୁ ତଦନ୍ତ ଗଳିନାହିଁ ବୋଲି ସେ କହିଛନ୍ତି । ତେବେ ଅଧିକାରୀ ଙ୍କ ଏଭଲି ମତବ୍ୟ କୁନେଇ ସଦ୍ଦେହ ସୃଷ୍ଟି ହେଉଛି ।ଅପରପକ୍ଷେ ଥାନାରେ ଅଭି୍େଯାଗ ସତ୍ୱେ ସର୍ଦ୍ଦାର ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯ୍ଧମନଥିବାରୁ ପୁଲିର କାର୍ଯ୍ୟକଳାପ କୁ ନା ପସନ୍ଦ କରୁଛନ୍ତି ଲୋକେ । ଏବଂ ଏହାର ଉଚ୍ଚତର ତଦନ୍ତ ପାଇଁ ଦାବୀ କରିଛନ୍ତି














