No Result
View All Result
୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର, ଉଦୟଗିରି ଥାନାର ଛେଳିଗଡ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳପୂର୍ବକ ଛେଳିଗଡ ଗ୍ରାମର ଜଣେ ଯୁବକ ମାରୁଣି ପାଇକ ଜଙ୍ଗଲକୁ ସାଗ ଆଣିବା ଜଣକୁ ଡାକି ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଆର,ଉଦୟଗିରି ପୁଲିସ ନଂ ୪୯/୨୩ରେ ମାମଲା ରୁଜୁ କରି ମାରୁଣି ପାଇକଙ୍କୁ ଗିରଫ କରିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆର,ଉଦୟଗିରି ଥାନାରେ ପିଡିତାଙ୍କ ମା ମଝିଆ ଝିଅଙ୍କୁ ଧରି ସକାଳେ କାଜୁ ଫଳ ବିକ୍ରି କରିବା ନିମନ୍ତେ ଛେଳିଗଡ ବଜାରକୁ ଯାଇଥିଲେ । ଘରେ ବଡଝିଅ ଓ ସାନଝିଅ ଥିଲେ ।
ତେବେ ୧୦ ବେଳେ ଘରକୁ ଫେରୁ ବଡଝିଅ କାନ୍ଦୁଥିବା ଦେଖି ପଚରାଉଚରା କରିଥିଲେ । ଅଭିଯୁକ୍ତ ମାରୁଣି ପାଇକ ବଳପୂର୍ବକ ଘରର ବାରିପଟେ ଥିବା ସାଗ ଆଣିବାକୁ ଡାକି ନେଇ ଦୁଷ୍କର୍ମ କରିଥିବା କହିଥିଲେ । ଘଟଣ ପ୍ରଘଟ କଲେ ଜୀବନରୁ ମାରିଦେକୁ ଧମକ ଦେଇଥିଲେ । ଏ ନେଇ ପୀଡିତାଙ୍କ ମା ଆର,ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପ୍ରକାରେ ଆର,ଉଦୟଗିରି ଆଇଆଇସିଙ୍କ ଅନୁଉପସ୍ଥିତରେ ସାବିନ୍ୟପ୍ଟର ରାମକୃଷ୍ଣ ଦାସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବ ଥାନାରା ଓଆଇସି ଶ୍ରୀ ଦାସ ସୁଚନା ଦେଇଛନ୍ତି ।

No Result
View All Result