No Result
View All Result
୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ରେ ପଢ଼ିବା ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଦିଲ୍ଲୀପ କୁମାର ଭୋଇ ପରୀକ୍ଷା ଦେଇ ୪୫ ନମ୍ବର ରଖିଥିବା ବେଳେ ଛାତ୍ରୀ ନମିତା ବେହେରା ୩୬ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।
କୃତି ଛାତ୍ର ଦିଲ୍ଲୀପ ଏବଂ ଛାତ୍ରୀ ନମିତା ଷଷ୍ଠ ଶ୍ରେଣୀ ରେ ପଢ଼ିବା ପାଇଁ ନୂଆଗାଁ ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖି ସାରିଛନ୍ତି । ଏହି କୃତକାର୍ଯ୍ୟ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା ,ସହକାରୀ ଶିକ୍ଷକ କବିରାଜ ଦାଶ ଏବଂ ଗାଇଡ କରୁଥିବା ଶିକ୍ଷୟତ୍ରୀ ପ୍ରତିମା ଦାସ କୃତି ଛାତ୍ର ଦିଲ୍ଲୀପ ଏବଂ ଛାତ୍ରୀ ନମିତା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

No Result
View All Result