ଯାହାଫଳରେ ସାହି ଲୋକେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ସୂଚନା ଯୋଗ୍ୟ ଗତ ୨୩ ଜାନୁଆରୀ ୨୦୨୧ରେ ସ୍ଥାନୀୟ ଏମକେସିଜି ଯୁବକ ସଂଘ ଓ ସାହି ବାସିନ୍ଦାଙ୍କ ପକ୍ଷରୁ ପାତ୍ର ସାହି ରାସ୍ତାକୁ ଓସାର କରାଯାଇ ପକ୍କା ରାସ୍ତା ନିର୍ମାଣ କରାଯାଉ ବୋଲି ବିଡ଼ିଓ ଓ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଏହା ମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତାଟି ନିର୍ମାଣ ହୋଇପାରିନାହିଁ। ୧୯୮୫ ମସିହା ପର୍ଯ୍ୟନ୍ତ ରାସ୍ତାଟି ଓସାର ହୋଇ ରହିଥିଲା ।ଯାହାଫଳରେ ଗ୍ରାମର ପ୍ରତ୍ୟେକ ଯାତ୍ରା, ବୈଠକ, ଭୋଜିଭାତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସାହି ମଧ୍ୟରେ ହୋଇପାରୁଥିଲା ।କିନ୍ତୁ ଜବରଦଖଲ ଯୋଗୁଁ ଏବେ ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଛି। ଏଣୁ ଏହାକୁ ଉଚ୍ଛେଦ କରି ଚ଼ଉଡା ରାସ୍ତା ନିର୍ମାଣ କରିବା ପାଇଁ ଯୁବକ ସଂଘ କର୍ମକର୍ତ୍ତା ଓ ସାହି ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।

© 2023 Odisha Taza News.