୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ସଦର :- କଟକ ସଦର ବ୍ଲକ ଆମଣ ଗ୍ରାମର ବରୁଣେଶ୍ୱର ମହାଦେବ ଶ୍ରୀଶ୍ରୀ ଗୋପୀନାଥ ଦେବ ମା କ୍ଷେତ୍ରପାଳଙ୍କ ପୀଠରେ ଗତ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ୫୩ ତମ ବିଶ୍ୱଶାନନ୍ତି ମହାଯଜ୍ଞ ୨ତାରିଖ ରାତିରେ ଉଦଯାପିତ ହୋଇଛି । ପାଞ୍ଚଦିନ ଧରି ଅନୁଷ୍ଠିତ ମହାଯଞରେ କଳସ ଯାତ୍ରା, ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ହୋମଯଞ, ଆହୁତି ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ମନ୍ଦିର ପୀଠରୁ ବାଜା ବାଣ ରୋଷଣୀ କରି ନିକଟସ୍ଥ ଚାମନା ପୁଷ୍କରିଣୀକୁ ଯାଇଥିଲେ ,
ସେଠାରେ ପୂଜା ପାଠ ସିରିବା ପରେ କଳସ ବୁଡାଇ ଯଞସ୍ଥଳୀକୁ ଶୋଭାଯାତ୍ରାରେ ଆସି କଳସ ସ୍ଥାପନ କରିଥିଲେ । ଯଞରେ ସୁକାନ୍ତ ଭୋଳ କର୍ତ୍ତା ହୋଇଥିଲେ । ଏହି ଅବସରରେ ପ୍ରତ୍ୟେହ ଦିନ ସନ୍ଧ୍ୟାରେ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ପରିବେଷଣ କରାଯାଇଥିଲା । ଉଦଯାପନ ଦିବସ ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଏହି ଉତ୍ସବରେ କଟକ ସଦର ବ୍ଲକ ୪ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ଆମଣ ସରପଞ୍ଚ ମାନସୀ ପୃଷ୍ଟି,
ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି, ମହେନ୍ଦ୍ର ବେହେରା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମ ବାସୀଙ୍କ ପକ୍ଷରୁ ଆଖପାଖ ବିଭିନ୍ନ ଗ୍ରାମର ସଭାପତି, ସଂପାଦକ, ମୁରବୀ, ସମାଜସେବୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଆଦି ନିମନ୍ତ୍ରିତ ବ୍ୟକ୍ତି ମାନେ ଉତ୍ତରୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଯୁଧିଷ୍ଠିର ଭୋଳ,
ବିପ୍ର ଚରଣ ଭୋଳ, ନିରଞ୍ଜନ ବେହେରା, ଦୂର୍ଗା ଚରଣ ଭୋଳ , ପର୍ଶୁରାମ ସେନାପତି, ବାବାଜୀ ଚରଣ ଭୋଳ, ବିନୋଦ ସେନାପତି, ସଦାଶିବ ବେହେରା, ଦୟାନିଧି ବେହେରା, ଶେଷଦେବ ସେନାପତି, ରାମ ଚନ୍ଦ୍ର ସେନାପତି, ଲିପୁ ଭୋଳ,ମିଟୁ ଭୋଳ,ପପୁ ଭୋଳ,ବାପୁନୀ ସେନାପତି ପ୍ରମୁଖ ଯଞ କାର୍ଯ୍ୟ ପରିଚାଳନା କରିଥିଲେ ।ଏଥିରେ ଗ୍ରାମର ସମସ୍ତ ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରିଥିଲେ ।

© 2023 Odisha Taza News.