ପ୍ରକାଶ ଥାଉକି ଡ. ପ୍ରକାଶ ୧୯୯୪ ମସିହାରୁ ସ୍ଥାନୀୟ ଅଳର ଯୁବଗୋଷ୍ଠିକୁ ଏକତ୍ରିତ କରି ଏହି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗଠନ କରି ସମାଜସେବା, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଜନ ଜାଗରଣ ସୃଷ୍ଟି କରି ଓଡିଶାର ବିଭିନ୍ନ ପ୍ରାନ୍ତରେ ଏକ ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିବା ସହ ଦୁଃଖିରଙ୍କିଙ୍କ ସେବା ତଥା ସେମାନଙ୍କ ସୁଖଦୁଃଖରେ ନିଜକୁ ସାମିଲ କରି ଏକ ଦରଦୀ ହୃଦୟର ବନ୍ଧୁ ଭାବେ ଜନମାନସରେ ପରିଚିତ ହୋଇପାରିଛନ୍ତି । ଏଥିସହ ୧୯୯୫ ମହିହାଠାରୁ ଡି.ଏ.ଭି. ବିଦ୍ୟାଳୟ ସମୁହରେ କାର୍ଯ୍ୟ ଆରମ୍ଭ କରି ନିଜ କର୍ମକ୍ଷେତ୍ରରେ ମଧ୍ୟ ଏକ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି ।
ବିଭିନ୍ନ ରଂଗମର ବିଭିନ୍ନ ଭୂମିକାରେ ନିଖୁଣ ଅଭିନୟ କରି ଏକ ସଫଳ ଅଭିନେତା ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଉକ୍ତ ଅସରରେ ଏହିପରି ଏକ ବହୁମୁଖୀ ପ୍ରତିଭାଧାରୀଙ୍କ ଜନ୍ମ ଦିବସ ପାଳନ କରି ଆମେ ଗୌରବାନ୍ୱିତ ଏବଂ ଶିକ୍ଷା, କଳା, ସଂସ୍କୃତି ଓ ପରମ୍ପରା ବଜାୟ ରଖି ତାଙ୍କ ଜୀବନ ସମାଜ କଲ୍ୟାଣରେ ଉତ୍ସର୍ଗୀକୃତ ହେଉ ବୋଲି ସଂଘର ସଭ୍ୟବୃନ୍ଦ ମତବ୍ୟକ୍ତ କରିଥିଲେ । ଅଳର ବୁଦ୍ଧିଜୀବି, ଜନପ୍ରତିନିଧି ଓ ଶୁଭେଚ୍ଛୁବୃନ୍ଦ ଡ. ପ୍ରକାଶଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଆଗାମୀ ପିଢି ପାଇଁ ତାଙ୍କ ଜୀବନ ପ୍ରେରଣାଦାୟୀ ହେଉ ବୋଲି ମତବ୍ୟକ୍ତ କରିଛନ୍ତି । ଡ. ପ୍ରକାଶ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ସମାଜ କଲ୍ୟାଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

© 2023 Odisha Taza News.