ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି ମହାରଣା (୨୦ ଜୁନ୍ ଶୁକ୍ରବାର) ରଣପୁର :- ରଣପୁର ପବିତ୍ର ନେତ୍ରଉତ୍ସବ ମହପ୍ରଭୁ ସୁସ୍ଥ ହେଲା ପରେ ଆଜି ନବଯୈାବନ ଦର୍ଶନ । ଆଜି ମଧ୍ୟ ତିନି ରଥରେ ନେତ ବନ୍ଧା ହେବା କଥା କିନ୍ତୁ ମହାମରୀ କରୋନା ଯୋଗୁ ସୁପ୍ରିମକୋର୍ଟ ରଥ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଭକ୍ତ ମାନେ ଶ୍ରୀ ଜିଉ ଙ୍କୁ ଦର୍ଶନ କରିପାରି ନଥିବା ବେଳେ ରଥ ରେ ମଧ୍ୟ ନେତ ବନ୍ଧା ହୋଇନଥିବା ଦେଖିବାକୁ ମିଳିଛି । ଓଡିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ । ପୁରୀ ଭଳି ଏଟାରେ ଚତୁର୍ଦ୍ଧାା ମୂର୍ତୀ , ବଡଦେଉଳ,ବଡ ବଡ ୩ ଟି ରଥ ନିର୍ମଣ କରାଯାଏ ।
ପୁରୀ ରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଶ୍ରୀ ଜିଉଙ୍କୁ ଦର୍ଶନ଼ କେଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତିୟା ଠାରୁ ଅରମ୍ଭ ହୋଇଥିବା ରଥ ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଚିଂଥିଲା । କିନ୍ତୁ ଗତ ଗୁରବାର ଦିନ ସୁପ୍ରିମକୋର୍ଟ ଓଡିଶାରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବା ପରେ ରଥ କାର୍ଯ୍ୟ ଅଧରୁ ବନ୍ଦ ହୋଇଥିଲା । ଆଜି ପବିତ୍ର ନେତ୍ର ଉତ୍ସବରେ ତିନି ଠାକୁର ଙ୍କ ର ନେତ୍ରଉତ୍ସବ ନୀତି ପାଳନ କରାଯାଇଥିଲା । ଯେହେତୁ ରଥ ଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସେଥିପାଇଁ ରଥ କାର୍ଯ୍ୟ ବନ୍ଦ ଥିବାରୁ ଆଜି ତିନି ରଥ ରେ ନେତ ବନ୍ଧା ହୋଇନଥିଲା ।
ଏପରିକି କରୋନା ଯୋଗୁ ଭକ୍ତ ମାନଙ୍କୁ ମନ୍ଦିର ରେ ପ୍ରବେଶ ବନ୍ଦ ଥିବାରୁ କୌଣସି ଭକ୍ତ ଶ୍ରୀ ଜିଉ ଙ୍କର ଦର୍ଶନ କରିପାରିନଥିଲେ । ସଟଡାଉନ ଥିବାସତ୍ୱେ କିଛି ଭକ୍ତ ମନ୍ଦିର ବାହାରେ ଭାବବିଭୋଳ ହୋଇ ସିଂହଦ୍ୱାର ଠାରେ ପତିତପାବନ ଙ୍କୁ ଦର୍ଶନ କରି ଫେରୁଥିବା ଦେଖାଯାଇଥିଲା । ରଣପୁର ରେ ରଥ ଯାତ୍ର ହେବା ଦିନଠାରୁ ପ୍ରାୟ ୨୭୦ ବର୍ଷ ଧରି ରଥ ଯାତ୍ରା ହୋଇଆସୁଥିବାବେଳେ ଚଳିତ ବର୍ଷ ବ୍ୟତିକ୍ରମ ଦେଖାଦେଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ଚଳିତ ବର୍ଷ ରଥ ଯାତ୍ରା ବନ୍ଦ ରହିବ ବୋଲି ଜଣାଯାଇଛି ।