No Result
View All Result
୧ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ଠାରେଥିବାପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକଦିବସପାଳିତ ହୋଇଯାଇଛି ସ୍ଥାନୀୟ ବସଷ୍ଟାଣ୍ଡ କାର୍ଯ୍ୟାଳୟ ଠାରେ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଯୋଗ ଦେଇ ଶ୍ରମିକ ଦିବସ ର ଇତିହାସ ଓ ସରକାରୀ ନିୟମ ଯୋଜନା ମାଧ୍ୟମରେ ଅଧିକାର ପ୍ରାପ୍ୟ ବିଷୟ ରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ପାରଳା ଥାନା ଅଧିକାରୀ ବାବୁଲି ନାୟକ, ସଙ୍ଘ ର ସଂପାଦକ ବଂଶୀକ୍ରୀଷ୍ଣା, ସାଧାରଣ ସଂପାଦକ ପି. ସିମାଦ୍ରି, ଯୁଗ୍ମ ସମ୍ପାଦକ ଲୋକନାଥ ସାହୁ କୋଷାଧ୍ୟକ୍ଷ କେ. ଗିରିଧର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ସଙ୍ଘ ର କାର୍ଯ୍ୟକାରୀ ସଭାପତି ନୂତନ ଭାବେ ଆଦର୍ଶ ଦାସ ଙ୍କୁ ଚୟନ କରାଯାଇଥିଲା ! ସଂଘ ର ପୂରାତନ ପ୍ରତିଷ୍ଠିତ ସଦସ୍ୟ ମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଧାରଣ ସଭା ଆୟୋଜନ ହେବା ସହ ସଂଘ ର ଦିବଂଗତ ନେତା ରାମ ଗୋପାଳ ରାଓ, ପିନିଣ୍ଟୀ କ୍ରୀଷ୍ଣା ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପରେ ଦ୍ଵିତୀୟ ପର୍ଯ୍ୟାୟରେ ମୋଟର କର୍ମଚାରୀ, ଅଟୋ ସଂଘ, ଖଲାସୀ ସଂଘ ପକ୍ଷରୁ ମିଳିତ ଭାବେ ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା ଯେଉଁଥିରେ ଶହ ଶହ ଶ୍ରମିକ ମାନେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ପରିଚାଳନା କରିଥିବା ବେଳେ ବିଶେଷ କରି ମୋଟର ଚାଳକ ଙ୍କ ସମସ୍ୟା ଓ ଅଧିକାରକୁ ନେଇ ଆଲୋଚନା ହୋଇଥିଲା । ଶେଷ ରେ ବରିଷ୍ଠ ସଦସ୍ୟ ମାନେ ସଲାମୀ ସଙ୍ଗୀତ ପରିବେଷଣ କରିଥିଲେ

No Result
View All Result