୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଇଷ୍ଟ କୋଷ୍ଟ ରେଲୱେ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଶ୍ରମିକ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ଠାରେ ଧୂଷାସନ ସାହୁଙ୍କ ସଭାପତିତ୍ବରେ ଏକ ଅବସର କାଳୀନ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ କଂଗ୍ରେସର ପୂର୍ବତନ ସଭାପତି ଦିଲୀପ କୁମାର ନାୟକ ଆଜି ଚାକିରିରୁ ଅବସର ଗ୍ରହଣ କରିବା ଅବସରରେ ତାଙ୍କର ନିରବଛିନ୍ନ ସେବା ପାଇଁ ସେ ବେଶ୍ ପରିଚିତ, ଅତ୍ୟନ୍ତ ମିଳାପି ସ୍ୱଭାବର ବ୍ୟକ୍ତି ତା’ ସହିତ ଶ୍ରମିକ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଏଚ ଏନ କିସ୍କୁ , ପି ଡବ୍ଲୁ ଆଇ ଖୋର୍ଦ୍ଧାରୋଡ଼ ରୁ କନ୍ଦର୍ ପୂର୍ ବଦଳି ହୋଇ ଥିବାରୁ ତାଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଆଜିର ଏହି ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଇକୋ ଆର୍ ଏସ୍ ସି ମଣ୍ଡଳ ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ ଯୋଗଦେଇ ଅବସର କାଳୀନ ଜୀବନ ସୁଖମୟ କାମନା କରିବା ସହିତ ଅବିଭକ୍ତ ଦ ପୁ ରେଳପଥ ଅର୍ବାନ ବ୍ୟାଙ୍କ ରେ ଡେଭିଡେଣ୍ଟ ବା ଲାଭାଂଶ ଦୁର୍ନୀତି ବିରୁଦ୍ଧରେ ଶ୍ରମିକ କଂଗ୍ରେସର ଯେଉଁ ଆନ୍ଦୋଳନ ଓ ଘେରାଉ କରିଥିଲା ତାର ଫଳ ସୁରୁପ ୨୦୧୪ ରୁ ୨୩ ପର୍ଯ୍ୟନ୍ତ ଆସନ୍ତା ଜୁନ ଏକ ତାରିଖରୁ ଅଂଶୀଦାର ମାନଙ୍କୁ ଶତକଡା ୬ ପର୍ଯ୍ୟନ୍ତ ଲାଭ ଦେବା ପାଇଁ ଅର୍ବାନ ବ୍ୟାଙ୍କ ଘୋଷଣା କରିଛି ବୋଲି ସୁଚନା ଦେଇଥିଲେ ।
ଶ୍ରୀ ଭଞ୍ଜ ଆହୁରି ମଧ୍ୟ କହିଥିଲେ ଯେ ତତ୍କାଳୀନ ଖୋର୍ଦ୍ଧାରୋଡ଼ ଡାଇରେକ୍ଟର କହିଥିଲେ ଯେ ନିର୍ବାଚିତ ହୋଇ ନୂଆ ପରିଷଦ ଗଠନ ହେଲେ ସଙ୍ଗେ ସଙ୍ଗେ ଡେଭିଡେଣ୍ଟ ଦିଆଯିବ, ଏଠି ସ୍ଵତଃ ପ୍ରଶ୍ନ ଉଠେ ନିର୍ବାଚନ ହୋଇନି କି ନୂତନ ପରିଷଦ ଗଠନ ନ’ହୋଇ କେମିତି ଏବେ ଡେଭିଡେଣ୍ଟ ଦେବା ପାଇଁ ଘୋଷଣା କଲ? ଦଦନ୍ତ ଚାଲିଛି ଆହୁରି ଅନେକ ତଥ୍ୟ ବାହାରକୁ ଆସିବ ବୋଲି ଶ୍ରୀ ଭଞ୍ଜ ସୂଚାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ, ଶରତ କୁମାର ପଣ୍ଡା, ନିରଞ୍ଜନ ମିଶ୍ର, ଆଶୁତୋଷ ବ୍ରହ୍ମା, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି, ପ୍ରଫୁଲ୍ଲ ବେହେରା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ଶାଖା ସମ୍ପାଦକ ଗୋପାଳ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଉକ୍ତ ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ ।














