• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଗଛରୁ ଯୁକ୍ତ ୩ ଶେଷ ବର୍ଷ ଛାତ୍ରି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ବାପା ମା

Proprietor Abhimanyu Maharana by Proprietor Abhimanyu Maharana
May 1, 2023
in ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍
0
ଗଛରୁ ଯୁକ୍ତ ୩ ଶେଷ ବର୍ଷ ଛାତ୍ରି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ବାପା ମା
Share on FacebookShare on TwitterWhatsapp

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗାଁ ନିକଟରେ ଥିବା ଜେଏସ ପଞ୍ଚାଲ ଙ୍କ ଚାଷ ଜମି ହିଡରେ ଥିବା ଏକ ପଲାସ ଗଛ ରୁ ଜଣେ ଯୁକ୍ତ ୩ ଛାତ୍ରି ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର ହୋଇଛି । ମୃତ ଛାତ୍ରି ଜଣକ ହେଲେ ଜବାହାରଲାଲ ମହାବିଦ୍ୟାଳୟ ରେ ଯୁକ୍ତ ୩ କଳା ଶେଷ ବର୍ଷ ର ଅଧ୍ୟୟନରତ ଦେଓଗାଁ ଫାଣ୍ଡି ଡୁମେରପିଟା ଗାଁର ଜ୍ୟୋତିଷ ଦଣ୍ଡସେନା ଙ୍କ ସାନ ଝିଅ ରଞ୍ଜୁ ଦଣ୍ଡସେନା । ରଞ୍ଜୁ ଙ୍କ ଦୁଇ ହାତ ବାନ୍ଧି ବାମ ଡାହାଣ ଗୋଡ , ଧୋଡି ଓ ଅଣ୍ଟାରେ ଶକ୍ତ ମାଡ଼ ମାରିବା ସହ ତଣ୍ଟି ଚିପି ଝିଅକୁ ହତ୍ୟା ପରେ ସେ ଧରିଥିବା ଏକ କଳାରଙ୍ଗର ଓଢ଼ଣୀ ରେ ଗଛ ରେ ଝୁଲାଇ ଦିଆଯାଇଥିବା ମୃତ ଛାତ୍ରି ଙ୍କ ବାପା ଜ୍ୟୋତିଷ ଓ ମାଆ ପଙ୍କଜିନି ଅଭିଯୋଗ କରିଛନ୍ତି ।ବାପା ମାଆ ଙ୍କ ଅଭିଯୋଗ ଅନୁଯାୟୀ ରଞ୍ଜୁ ଆଜିକୁ ୬ ବର୍ଷ ହେବ ପାଟଣାଗଡ଼ କାଦୋପଡାରେ ଥିବା ଚିଙ୍ଗେରବନ୍ଦ ଗାଁ ର ମଦନମୋହନ ମେହେର ଙ୍କ ଘରେ ତାଙ୍କ ସହପାଠୀ ଙ୍କ ସ‌ହ ଭଡ଼ାରେ ରହିଆସୁଥିଲେ । ରଞ୍ଜୁ ଦଶମ ଶ୍ରେଣୀ ରୁ ହିଁ ଭଲ ପଢାପଢି ଆସୁଥିବା ବେଳେ ଯୁକ୍ତ ୨ ରେ ଭଲ ନମ୍ବର ରଖି ଉତ୍ତିର୍ଣ୍ଣ ହେବା ପରେ ବିଏସଏଫ ରେ ଚାକିରି କରୁଥିବା ତାଙ୍କ ବଡ଼ ଭାଇ ମନୋଜ ତାଙ୍କୁ ଏକ ହୋଣ୍ଡା ର ଏକ୍ଟିଭା ସ୍କୂଟି କିଣିଦେଇଥିଲେ । ଗତ ଶୁକ୍ରବାର ଦିନ ରଞ୍ଜୁ କଲେଜ ରେ ହୋଇଥିବା ଏକ ବିଦାୟ କାଳିନ ଉତ୍ସବ ରେ ତାଙ୍କ ସହ ପାଠୀ ଙ୍କ ସହ ବେଶ ଖୁସି ମନାଇ ଥିଲେ ବୋଲି ଉକ୍ତ କଲେଜର ଜଣେ ଇଂରାଜୀ ଅଧ୍ୟାପକ ଙ୍କ ଠାରୁ ଜଣାପଡିଛି ।ଗତ କାଳି ପ୍ରାୟ ଦିନ ଦୁଇଟା ସମୟରେ ରଞ୍ଜୁ ରହୁଥିବା ଭଡ଼ା ଘର ସମ୍ମୁଖ ରେ ତାଙ୍କ ମୋବାଇଲ ଫୋନରେ ସେ କାହା ସହିତ ଦୀର୍ଘ ସମୟ ଧରି ବାର୍ତ୍ତାଳାପ କରୁଥିବା ଜଣେ ପଡୋଶି ଙ୍କ ଠାରୁ ଜଣାପଡିଥିବା ବେଳେ ବାର୍ତ୍ତାଳାପ ପରେ ରଞ୍ଜୁ ନିଜ ସ୍କୁଟି ଯୋଗେଁ ଘରୁ ବାହାରି ଯାଉଥିବା ଘର ମାଲିକ ଙ୍କ ଠାରୁ ଜଣାପଡିଛି । ରଞ୍ଜୁଙ୍କ ମାଆ ପଙ୍କଜିନୀ ଙ୍କ କହିବା ମୁତାବକ ସେ ତାଙ୍କ ଝିଅ ଙ୍କ ସହ ଗତ କାଳି ସକାଳ ୭ ଟା ସମୟ ରେ ଭଲଭାବରେ କଥା ହୋଇପାରିନଥିବା ରୁ ଅପରାହ୍ନ ୩ ସମୟରେ ଝିଅ କୁ ପୁଣି ଥରେ ଫୋନ୍ କରିଥିଲେ । ବାରମ୍ବାର ଫୋନ କଲା ସତ୍ତ୍ୱେ ମଧ୍ୟ ଝିଅ ତାଙ୍କ ଫୋନ ଉଠାଉନଥିଲେ । ଆଜି ସକାଳେ ଘର ମାଲିକ ଙ୍କ ଠାରୁ ଝିଅର ଏପରି ହଠାତ ମୃତ ଖବର ପାଇଁ ଘଟଣା ସ୍ଥଳରେ ତାଙ୍କ ବାପା ଓ ସମ୍ପର୍କିୟ ଙ୍କ ସହ ପହଞ୍ଚି ଥିଲେ । ଗତ କାଳି ରାତି ପ୍ରାୟ ୯ ଟା ସମୟରେ ତିନିଗୋଟି ବାଇକ ମୂଖ୍ୟ ରାସ୍ତାରୁ ଘଟଣା ସ୍ଥଳ ପଟକୁ ଯାଉଥିବା ସହ ସେମାନେ ବଡପାଟି ରେ କଥାବାର୍ତ୍ତା ହେଉଥିବା ରାସ୍ତାରେ ଗଙ୍ଗାସାଗର ପଟ କୁ ଯାଉଥିବା କିଛି ଯୁବକ ସେମାନଙ୍କୁ ଦେଖିବାକୁ ପାଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ପ୍ରାୟ ୩୦ ମିଟର ଦୂରତାରେ ମୃତ ଛାତ୍ରି ଜଣକ ଙ୍କ ର ସ୍କୁଟି ନଂ ଓଡି୦୩ ଭି୧୧ ୯୯ ହେଣ୍ଡିଲ ଲକ୍ ସହ ସୁରକ୍ଷିତ ଭାବେ ରଖା ହୋଇ ଥିବା ବେଳ ଝୁଲନ୍ତା ମୃତ ଦେହର ଅନିତ ଦୂରରେ ବ୍ୟାଗ ଟି ଦୁଇ ଛୋଟ ଗଛ ମଝିରେ ରଖା ଯାଇଥିଲା ଏପରିକି ସେ ବ୍ୟବହାର କରୁଥିବା ମୋବାଇଲ ଫୋନ ଟି ଚାଳୁଥିବା ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍ ର ତଦନ୍ତ ପରେ ମୃତ ଛାତ୍ରି ଙ୍କ ବ୍ୟାଗ ରୁ ସ୍କୁଟି ଚାବି ,୨ ଟି ଡଟପେନ ,କେଚପେନ ,ମାକ୍ସ ,ଘଡ଼ି, କଲେଜ ଆଇକାର୍ଡ ଥିବାବେଳେ ସ୍କୁଟି ଡିକି ଭିତରୁ ଏକ ରକ୍ତ ଭିଜା ହଲଦିଆ ରଙ୍ଗର ଗାମୁଚ୍ଛା ସାଇଣ୍ଟିଫକ ଟିମ୍ ଜବତ କରିଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ମୃତ ଛାତ୍ରି ଜଣକ ଙ୍କ ଉଭୟ ଗୋଡ଼ ଓ ପାଦତଳେ ଧାରୁଆ ଅସ୍ତ୍ର ରେ କାଟାଯାଇ ଥିବା ସହ ଝୁଲନ୍ତା ଅବସ୍ଥାରେ ତାଙ୍କ ଦୁଇ ଗୋଡ଼ ମାଟିରେ ଲାଗିରଖିଥିବା ସହ ପାଦ ଉପର ଓ ତଳେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଗଳା ରେ ହାତଚିହ୍ନ ଥିବା ସହ ଧୋଡି ତଳେ ଗଭିର ଆଘାତ ମଧ୍ୟ ଲାଗିଥିବା ସାଇଣ୍ଟିଫିକ ଟିମ୍ ଦେଖିବାକୁ ପାଇଥିଲା । ପାରିପାର୍ଶିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦେଖଣାହାରି କହୁଥିବା ବେଳେ ପୁଲିସ କେଶ ନଂ ୦୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ଠାରୁ ଜଣାପଡିଛି । ମୃତ ଛାତ୍ରି ଙ୍କ ମୋବାଇଲ ପୁଲିସ ହାତରେ ଲାଗିଥିବାରୁ ସଂପୃକ୍ତ ହତ୍ୟାକାରି ପାଖରେ ପୁଲସ ଖୁବ ଶିଘ୍ର ପହଞ୍ଚି ପାରିବା ସହ ଝିଅ କୁ ନ୍ୟାୟ ମିଳିବ ବୋଲି ପରିବାରବର୍ଗ ଆଶା ରଖିଛନ୍ତି । ଆଜି ଅପରାହ୍ନ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version