No Result
View All Result
୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ଓକିଲ ସଂଘ ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଅବସରରେ ସ୍ବାଭିମାନ ଦିବସ ପାଳିତ ହୋଇଥିଲା । ସଂଘ ର ସେମିନାର ହଲ୍ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଚାରପତି ଲୁନା ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ପ୍ରୟାସ ଦଣ୍ଡସେନା ଯୋଗ ଦେଇ ଦିବସ ର ମହାନୀୟତା ସଂପର୍କ ରେ ଆଲୋଚନା କରିଥିଲେ ।
ସଂଘ ର ସଭାପତି ଭୀଷ୍ମ ଦେବ ସରାଫ ସଭା ପରିଚାଳନା କରିଥିଲେ । ଭପ ସଭାପତି ସୁଶିଲ ଶତପଥୀ ଏବଂ ସମ୍ପାଦକ ଉତ୍ତର ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ୩୫ବର୍ଷରୁ ଅଧିକ ଓକିଲାତି ଜୀବନ ଅତିବାହିତ କରିଥିବା ୧୧ ଜଣ ବରିଷ୍ଠ ସଭ୍ୟ ଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

No Result
View All Result