ଏହା ଶହେ କିଲୋ ଓ୍ବାଟ ଟ୍ରାସମିସନ ବିଶିଷ୍ଟ କେନ୍ଦ୍ର ଓ ଏହା ବରଗଡ଼ ର ୨୨ କିଲୋମିଟର ପାରିଧି ମଧ୍ୟରେ ଶ୍ରୋତା ମାନେ ଶୁଣି ପାରିବେ । ଆକାଶ ବାଣୀ କଟକ କେନ୍ଦ୍ର ରୁ ପ୍ରସାରିତ ଏଫ୍ ଏମ୍ ର ସମସ୍ତ କାର୍ଯ୍ୟକ୍ରମ ପ୍ରତିଦିନ ସକାଳ ୬ଟାରୁ ରାତ୍ରୀ ୧୧ଟା ପର୍ଯ୍ୟନ୍ତ ଶ୍ରୋତା ମାନେ ଶୁଣି ପାରିବେ । ଉଦଘାଟନି ସମାରୋହ ରେ ନୂଆଦିଲ୍ଲୀ ପ୍ରସାର ଭାରତୀ ର ଯୁଗ୍ମ ନିର୍ଦ୍ଦେଶକ (ସମାଚାର) ନବଳ ସିଂ ପରମାର, ବରଗଡ଼ ଦାୟିତ୍ଵ ରେ ଥିବା ରାଜ କିଶୋର ପଣ୍ଡା, ରମେଶ ଚନ୍ଦ୍ର ଭୋଇ, ପ୍ରଦୀପ୍ତ କୁମାର ମିଶ୍ର,ମନୋଜ ପୂଜାରୀ,ଉମେଶ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ .

© 2023 Odisha Taza News.