• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏଚ୍‌ସିଜି ପଣ୍ଡା କ୍ୟାନସର୍ ହସ୍ପିଟାଲ୍ ପକ୍ଷରୁ କିନ୍ନରଙ୍କ କ୍ୟାନସର କେୟାର ଲାଗି “ପ୍ରାଇଡ୍‌ ଆଣ୍ଡ୍ ପ୍ରିଭିଲେଜ୍‌’ କାର୍ଡର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
April 30, 2023
in ଓଡ଼ିଶା, କଟକ, ମହାନଗର, ହୋମ୍
0
ଏଚ୍‌ସିଜି ପଣ୍ଡା କ୍ୟାନସର୍ ହସ୍ପିଟାଲ୍ ପକ୍ଷରୁ କିନ୍ନରଙ୍କ କ୍ୟାନସର କେୟାର ଲାଗି “ପ୍ରାଇଡ୍‌ ଆଣ୍ଡ୍ ପ୍ରିଭିଲେଜ୍‌’ କାର୍ଡର ଶୁଭାରମ୍ଭ
Share on FacebookShare on TwitterWhatsapp

କାର୍ଡରେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯାଉଛି ଯାହା ଜରିଆରେ କିନ୍ନର ଗୋଷ୍ଠୀ ସ୍ୱାସ୍ଥ୍ୟ ପରୀକ୍ଷା, ନିଦାନ ଓ ଚିକିତ୍ସା କରାଇପାରିବେ

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/କଟକ :- ଏଚ୍‌ସିଜି ପଣ୍ଡା କ୍ୟାନସର୍ ହସ୍ପିଟାଲ୍ ପକ୍ଷରୁ ଲିଙ୍ଗଗତ ପରିଚୟ ଭିନ୍ନ ସମସ୍ତଙ୍କ ପାଖରେ ସମାନ ଭାବେ ସ୍ୱାସ୍ଥ୍ୟ ସେବା ଓ କ୍ୟାନସର ଯତ୍ନ ସେବା ପହଂଚାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ହସ୍ପିଟାଲ୍ ପକ୍ଷରୁ ଏଚ୍‌ସିଜି ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍ କାର୍ଡକୁ କଟକରେ ଶୁଭାରମ୍ଭ କରି କିନ୍ନରମାନଙ୍କ ଲାଗି ଏହାର ସେବାକୁ ସମ୍ପ୍ରସାରଣ କରାଯାଇଛି । କିନ୍ନର ଗୋଷ୍ଠୀଙ୍କୁ ନିରବଚ୍ଛିନ୍ନ କ୍ୟାନସର କେୟାର ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ହସ୍ପିଟାଲ୍ ପକ୍ଷରୁ ହୋଟେଲ୍ ପ୍ରେସିଡେନ୍‌ସିରେ ଏକ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା ଯେଉଁଥିରେ ଭୁବନେଶ୍ୱର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଓ କିନ୍ନର ବ୍ୟକ୍ତିଙ୍କ ଜାତୀୟ ପରିଷଦ, ପୂର୍ବ ଭାରତର ଉପଦେଷ୍ଟା ତଥା ଏନ୍‌ଜିଓ ଶଖାର ପ୍ରତିଷ୍ଠାତା ମୀରା ପରୀଡ଼ା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେଲିନ ମହାନ୍ତି, ବଲିଉଡ୍‌ ଅଭିନେତ୍ରୀ ସ୍ୱପ୍ନା ପତି, ଓଲିଉଡ୍ ଅଭିନେତ୍ରୀ ସୁର୍ଯ୍ୟମୟୀ ମହାପାତ୍ର, ସକାଳର ପ୍ରକାଶକ ଅମିତ ମଲ୍ଲିକ ଓ ବିଭିନ୍ନ ଘରୋଇ ସଂସ୍ଥାରେ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା କିନ୍ନର ବର୍ଗର ଲୋକମାନେ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏଚ୍‌ସିଜି ହସ୍ପିଟାଲ୍‌ସର ଆଂଚଳିକ ବ୍ୟବସାୟ-ପୂର୍ବ ଓ ଏପି ମୁଖ୍ୟ ଶ୍ରୀ ପ୍ରତୀକ ଜୈନ କହିଛନ୍ତି ଯେ, “ଏଚ୍‌ସିଜି ପଣ୍ଡା କ୍ୟାନସର ହସ୍ପିଟାଲ୍ ଜରିଆରେ କଟକରେ ଏଚ୍‌ସିଜି ପ୍ରାଇଡ୍ ଆଣ୍ଡ୍‌ ପ୍ରିଭିଲେଜ୍ କାର୍ଡକୁ ଉନ୍ମୋଚନ କରି ଆମେ ଉଲ୍ଲସିତ ।

କିନ୍ନର ଗୋଷ୍ଠୀ ସାମ୍ନା କରୁଥିବା ସମସ୍ୟାର ମୁକାବିଲା କରିବା ଏବଂ କ୍ୟାନସର ସେବାକୁ ନିରବଚ୍ଛିନ୍ନ କରିବା ଲାଗି ସ୍ୱତନ୍ତ୍ର ଭାବେ ଏହି କାର୍ଡକୁ ପ୍ରସ୍ତୁତ କରାଯାଇଛି । ଉଚ୍ଚ ମାନର ଚିକିତ୍ସା ସେବା ସମସ୍ତଙ୍କ ଅଧିକାର ବୋଲି ଏଚ୍‌ସିଜିରେ ଆମର ଦୃଢ଼ ବିଶ୍ୱାସ ରହିଛି ଏବଂ ଆମେ ଆଶା କରୁଛୁ ଯେ ଏହି ପଦକ୍ଷେପ ଜରିଆରେ ଆମେ କିନ୍ନର ଗୋଷ୍ଠୀଙ୍କୁ ଆଗକୁ ଆସିବା ଏବଂ ଆବଶ୍ୟକ ହେଉଥିବା ସଠିକ୍ ଚିକିତ୍ସା ଗ୍ରହଣ କରିବାକୁ ଅନୁପ୍ରାଣିତ କରିବୁ ।’’ ଏଚ୍‌ସିଜି ପଣ୍ଡା କ୍ୟାନସର ହସ୍ପିଟାଲ୍‌ର ମେଡିକାଲ୍ ଡାଇରେକ୍ଟର ଡକ୍ଟର କୃପାସିନ୍ଧୁ ପଣ୍ଡା କହିଛନ୍ତି ଯେ, “ସ୍ୱାସ୍ଥ୍ୟସେବା ସେପାଦାର ଭାବେ ଜଣଙ୍କ ଲିଙ୍ଗ, ଜାତି କିମ୍ବା ଯୌନ ଆକର୍ଷଣରେ ବାଛବିଚର ନକରି ଆମେ ନିଶ୍ଚିତ ରୂପେ ଶ୍ରେଷ୍ଠ ମାନର ଚିକିତ୍ସା ପ୍ରଦାନ କରିବା ଦରକାର ।

କଟକରେ ଏଚ୍‌ସିଜି ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍ କାର୍ଡ ସହିତ ଆମେ ଆଶା କରୁଛୁ ଯେ କିନ୍ନର ଗୋଷ୍ଠୀଙ୍କ ପ୍ରତି ରହିଥିବା ଅସମାନତା ଦୂର ହେବ ଏବଂ ସମାଜର ଚାପ ନିବା ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ସେମାନଙ୍କୁ ମିଳିବାରେ ସହାୟକ ହେବ ।’’ ଏଚ୍‌ସିଜି ପଣ୍ଡା କ୍ୟାନସର ହସ୍ପିଟାଲ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ଶାନ୍ତନୁ ଦାସ କହିଛନ୍ତି ଯେ, “କିନ୍ନର ଗୋଷ୍ଠୀଙ୍କ ଜେନେଟିକ୍ ଗଠନଶୈଳୀ ଓ ଜୀବନଶୈଳୀ ଦୃଷ୍ଟିରୁ ସେମାନେ କ୍ୟାନସର ସମେତ ସାମ୍ନା କରୁଥିବା ସ୍ୱାସ୍ଥ୍ୟ ସମସ୍ୟା ଲାଗି ସ୍ୱତନ୍ତ୍ର ଯତ୍ନ ଦରକାର । ଏଚ୍‌ସିଜି ପଣ୍ଡା କ୍ୟାନସର ହସ୍ପିଟାଲ୍‌ରେ ଆମେ ସେମାନଙ୍କୁ ଉପଲବ୍ଧ ଶ୍ରେଷ୍ଠ ସହାୟତା ପ୍ରଦାନ କରିବାକୁ ଚାହୁଥିବା ବେଳେ ସେମାନଙ୍କ ଆହ୍ୱାନଗୁଡ଼ିକ ପ୍ରତି ମଧ୍ୟ ସଚେତନ ରହିଛୁ । ଏଚ୍‌ସିଜି ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍ କାର୍ଡ ହେଉଛି ସମସ୍ତଙ୍କ ପାଖରେ ସ୍ୱା୍‌ଥ୍ୟ ସେବା ପହଂଚାଇବା ଦିଗରେ ଏକ ପଦକ୍ଷେପ ।

’’ କିନ୍ନର କର୍ମୀ ତଥା ସମାଜସେବୀ ମୀରା ପରିଡ଼ା କହିଛନ୍ତି ଯେ, “ଓଡ଼ିଶାର କିନ୍ନର ଗୋଷ୍ଠୀଙ୍କୁ ସେବା ପ୍ରଦାନ କରିବା ଲାଗି ଏଚ୍‌ସିଜି ସେବାର ସମ୍ପ୍ରସାରଣକୁ ଦେଖି ମୁଁ ଆନନ୍ଦିତ । ଆମ ଗୋଷ୍ଠୀର ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ସମେତ କ୍ୟାନସର ଯତ୍ନକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂତନ ଭାବେ ଉନ୍ମୋଚନ କରାଯାଇଥିବା ପ୍ରାଇଡ୍‌ ଆଣ୍ଡ୍ ପ୍ରିଭିଲେଜ୍ କାର୍ଡ ହେଉଛି ଏକ ପ୍ରଶଂସାଯୋଗ୍ୟ ଉଦ୍ୟମ ଯାହା ଆମ ପାଖରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପହଂଚାଇବ ଏବଂ ଆମକୁ ସମାଜନ ସହ ଯୋଡ଼ିବ ଓ ମାନ୍ୟତା ମିଳିବା ଭଳି ଅନୁଭବ ପ୍ରଦାନ କରିବ । ମୁଁ ଆଶା କରୁଛି ଯେ ଏହି ଉଦ୍ୟମ ଅନ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ଏହାକୁ ଦୋହରାଇବା ଏବଂ ସମସ୍ତଙ୍କ ପାଇଁ ଏକ ଅନ୍ତର୍ଭୁକ୍ତୀକରଣ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକାରୀ କରିବାରେ ସହାୟକ ।’’

ଭୁବନେଶ୍ୱର କେନ୍ଦ୍ରର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କହିଛନ୍ତି, “ଓଡ଼ିଶାରେ କିନ୍ନର ଗୋଷ୍ଠୀଙ୍କୁ କ୍ୟାନସର ସେବା ପ୍ରଦାନ କରିବାରେ ଏଚ୍‌ସିଜି ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି । ଏହି ଅଭିଯାନ କେବଳ ଆମ ସମାଜର ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ କରିବା ସହ ଅନ୍ତର୍ଭୁକ୍ତୀକରଣ ଓ ଗ୍ରହଣୀୟତାର ବାର୍ତା ପ୍ରଦାନ କରିବ । ଏହାକୁ ଅନୁସରଣ କରିବା ଓ ସବୁ ପ୍ରକାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସୃଷ୍ଟି କରିବା ଲାଗି ମୁଁ ଅନ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ଆହ୍ୱାନ ଦେଉଛି ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version