No Result
View All Result
୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ଗଜପତି ଶାଖା ପକ୍ଷରୁ ଘୋଳ ଦହି ପାଣି, (ଚଲ୍ଲା) ଲୋକମାନଙ୍କୁ ବଣ୍ଟନ କରାଯାଇଛି । ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଜାରି ରହିଛି ।
ଆଗାମୀ ଦିନରେ ମଧ୍ୟ ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏହି ଜଳଛତ୍ର ଦହି ଚଲ୍ଲା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣା ପଡ଼ିଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ସୁରେନ୍ଦ୍ର ପାତ୍ର, ଭାରପ୍ରାପ୍ତ କ୍ରୀଡ଼ା ନିରୀକ୍ଷକ ସଞ୍ଜୟ ପାତ୍ର, ଲିଙ୍ଗରାଜ ସାହୁ ତାପସ୍ୱିନୀ ପଣ୍ଡା, ଦର୍ଶିତା ପଟ୍ଟନାୟକ କେ ସନ୍ତୋଷ ସୁଦୀପ୍ତ ବାରିକ ଓ ବିଭିନ୍ନ ସ୍କାଉଟ ମାଷ୍ଟର ଓ ଗାଇଡସ୍ କ୍ୟାପ୍ ଟେନ ମାନେ ସହଯୋଗ କରୁଛନ୍ତି.

No Result
View All Result