ଅଭିନବ ଓ ରୂପାନ୍ତରଣ ଆଣୁଥିବା ଶାସନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ଦୃଷ୍ଟିକୋଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ପିଢ଼ିର ଯୁବ ପ୍ରଶାସନିକ ଅଧିକାରୀମାନେ ଉଚ୍ଚ ଶିକ୍ଷିତ ଏବଂ ଜ୍ଞାନକୌଶଳସମ୍ପନ୍ନ ହୋଇଥିବାରୁ ସେବା ପ୍ରଦାନର ଶେଷ ମାଇଲରେଥିବା ନାଗରିକମାନଙ୍କୁ ସରକାରୀ ସେବା ପ୍ରଦାନ କରିବାରେ ଅଧିକ କ୍ଷମତା ରଖୁଛନ୍ତି । ସେ ପ୍ରୋବେସନରମାନଙ୍କୁ ଉତ୍ତମ ଆଚରଣ, ଶୃଙ୍ଖଳିତ, ସ୍ପଷ୍ଟବାଦୀ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବାକୁ ପରାମର୍ଶ ଦେଇଥିଲେ।ଅଧିକାରୀମାନେ ଆଇନପ୍ରତି ଆନୁଗତ୍ୟ ରହି ଜନସାଧାରଣଙ୍କ ବୃହତ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଂଚଳର ଅଭିନବ ରଣନୀତି ସହାୟକ ହୋଇଥାଏ। ସେ କହିଛନ୍ତି, ବରିଷ୍ଠ ଅଧିକାରୀଙ୍କ ସେମାନଙ୍କର ଅଭିନବତ୍ୱ ଉପରେ ଅଧିକାର ନାହିଁ। ଏହା ଲୋକମାନଙ୍କ ଠାରୁ ଆସିଥାଏ। ତେଣୁ ସକ୍ରିୟ ଭାବରେ ଧ୍ୟାନପୂର୍ବକ ଜନସାଧାରଣ କଥା ଶୁଣିବା ସହ ସେମାନଙ୍କ ମତାମତ, ସଂସ୍କରଣ ଓ ଦୃଷ୍ଟିକୋଣକୁ ଅଣଦେଖା ନ କରିବାକୁ ସେ ଯୁବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।କଳାହାଣ୍ଡି ଜିଲ୍ଲାରେ ପ୍ରଭାବଶାଳୀ ଏବଂ ଦକ୍ଷ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ପାଇଁ ଅଭିନବ ରଣନୀତି ଜାଣିବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀମାନେ କିପରି କ୍ଷେତ୍ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରୁଥିଲେ ସେ ବିଷୟରେ ସେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ।
ବର୍ଷ ବର୍ଷ ଧରି ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନାକ୍ଷେତ୍ରରେ ଆମ ରାଜ୍ୟର ସଫଳତା ସମ୍ପର୍କରେ ସେ ବର୍ଣ୍ଣନା କରିଥିଲେ। ବର୍ତ୍ତମାନର ସରକାର ଅଧିକ ପ୍ରଗତିଶୀଳ ଓ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀକୁ ନେଇ ସତର୍କ ଅଛନ୍ତି ବୋଲି ସେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଅଧିକାରୀମାନଙ୍କୁ କେବଳ ପ୍ରଶାସନିକ ତଦାରଖର ଏକ ଦୃଢ଼ ବ୍ୟବସ୍ଥା ମାଧ୍ୟମରେ ନିରୀକ୍ଷଣ କରାଯାଏ ନାହିଁ, ବରଂ ସେମାନଙ୍କ କାର୍ଯ୍ୟକଳାପକୁ ସାଧାରଣତଃ ଲୋକମାନେ ମଧ୍ୟ ଅନୁଧ୍ୟାନ କରିଥାନ୍ତି। ସୂଚନା ଅଧିକାର ଆଇନ୍ ଏବଂ ଓଡ଼ିଶା ଲୋକସେବା ଅଧିକାର ଆଇନ ଇତ୍ୟାଦି ଜନସାଧାରଣଙ୍କୁ ଅଧିକ ସଚେତନ ଓ କର୍ମଚାରୀମାନଙ୍କୁ ଅଧିକ ଉତ୍ତରଦାୟୀ କରୁଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ ।

© 2023 Odisha Taza News.