No Result
View All Result
୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଖ୍ରୀଷ୍ଟୀୟ ଉଦଯୋଗ ସମିତିର ପ୍ରଥମ ଉଦ୍ଦୀପନା ସଭା । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମର ପୁର ବାପଟିଷ୍ଟ ମଣ୍ଡଳୀ ଖ୍ରୀଷ୍ଟୀୟ ଉଦଯୋଗ ସମିତି ଆନୁକୁଲ୍ୟରେ ଏବଂ ସ୍ଥାନୀୟ ମଣ୍ଡଳୀର ସହଯୋଗରେ ଦୁଇଦିନିଆ ପ୍ରଥମ ଉଦ୍ଦୀପନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଖ ପାଖ ଅଞ୍ଚଳର ଖ୍ରୀଷ୍ଟୀୟ ସେବକ ସେବିକା, ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସୀ ମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ।
ଏଠାରେ ପ୍ରଭୁଙ୍କର ଆରାଧନା, ପ୍ରାର୍ଥନା ଏବଂ ବାକ୍ୟ ପ୍ରଚାର କରାଯାଇଥିଲା । ଏହି ସଭାରେ ଖ୍ରୀଷ୍ଟୟ ବିଶ୍ବାସୀ ଯୁବକ ଯୁବତୀ ମାନଙ୍କର ଆଧ୍ୟାତ୍ମିକ ଜୀବନରେ ଅଭିବୃଦ୍ଧି ,ଯୌବନ ଜୀବନର କୁଅଭିଲାସରୁ ପଳାୟନ କରି ମନ ପରିବର୍ତ୍ତନ କରିବାକୁ ପରାମର୍ଶ ଜନକ ବାକ୍ୟ ଶିକ୍ଷା ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସ୍ଵାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା, ପାଳକ ଆଚାର୍ଯ୍ୟ ଜିତୁ ଲିମ୍ମା, ସ୍ଥାନୀୟ ପାଳକ ଆଚାର୍ଯ୍ୟ ମାନସ ରଞ୍ଜନ ସାନାନୟକ ଯୋଗଦାନ କରିଥିଲେ ।
ତତସହ ଦେଶର ସମସ୍ତ ଜନସାଧାରଣଙ୍କ ସୁସ୍ଥ ଜୀବନ, ଏକତା ତଥା ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା । ସୁସମାଚାର ଗାୟକ ବିଦ୍ୟୁତ ବାତ୍ରା, ଗାୟକ ସୁଶାନ୍ତ ଖୋସଲା, ଗାଇକା ମିସ ସେଲୋନୀ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଗାନ କରି ଆରାଧନାରେ କଠାଇ ନେଇଥିଲେ । ଉଦିପନା ସଭାର ଅବ୍ୟର୍ଥନା ଏବଂ ବିଦାୟ କାଳୀନ ଗୀତକୁ ସୁସମାଚାର ଗାୟକ ଦୀପକ ମଣ୍ଡଳ ନାୟକ ଗାନ କରି ଥିବା ବେଳେ ବନ୍ଦନା ଗୀତ ବନ୍ଧୁ ପାଲ ଗାନ କରି ଶୁଣାଇ ଥିଲେ ।
ଏହି ପ୍ରଥମ ଉଦ୍ଦୀପନା ସଭାକୁ ସ୍ଥାନୀୟ ଉଦଯୋଗ ସମିତିର ସଭାପତି ଅଜିତ କାଉଁରୀ ପରିଚାଳନା କରିଥିବା ବେଳେ ସମ୍ପାଦକ ଜନ ଗିଲିଅଦ ପରିଛା ଅଭ୍ୟର୍ଥନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମିତିର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମର ସମସ୍ତ ଯୁବକ ଏଥିରେ ସହଯୋଗ କରିଥିଲେ ।

No Result
View All Result