ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାରେ ଶତାବ୍ଦୀ ପୁରୁଷ ମଧୁବାବୁଙ୍କ ଅବଦାନ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ଏଥିସହ ରାଜନୀତି ଓ ନୈତିକତାର ସେ କିପରି ମହାନ ଦୃଷ୍ଟାନ୍ତ ଥିଲେ ତାହା ଆଲୋଚନl କରିଥିଲେ l ତାଙ୍କ କାଳଜୟୀ ରଚନା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜାତୀୟତାର ସ୍ପନ୍ଦନରେ ଅନୁପ୍ରାଣିତ କରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ l ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ସୁଶ୍ରୀ ତପସ୍ୱିନୀ ନନ୍ଦ l କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୀନା ରାଉତ, ବିଶ୍ୱଜିତ ଦାସ ଓ କ୍ରିଷ୍ଣା ସେଠୀ l

© 2023 Odisha Taza News.