୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ସଦର ଠାରେ ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଠାରେ ସୁଇଚ ଟିପି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ସମାରୋହରେ ମାନ୍ୟବର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ ଉପସ୍ଥିତ ରହି ସ୍ଵାଗତ ଭାଷଣ ଦେଇଥିଲେ । ଆଜି ଭାରତର ବିଭିନ୍ନ ରାଜ୍ୟରେ ସର୍ବ ମୋଟ ୯୧ଟି ଏଫ. ଏମ. ୧୦୦ୱାଟ କ୍ଷମତା ସମ୍ପନ୍ନ ବେତାର କେନ୍ଦ୍ର ଆରମ୍ଭ କରିଛନ୍ତି । ସେଥି ମଧ୍ୟରୁ ଗଜପତି ଜିଲାର ମୋହନା ଠାରେ ଏକ କେନ୍ଦ୍ର ଆରମ୍ଭ ହୋଇଛି । ପୂର୍ବରୁ ଏଠାରେ ଦୂରଦର୍ଶନ କେନ୍ଦ୍ର ଚାଲୁ ରହିଥିଲା ।ତାହା ବନ୍ଦ କିଛିଦିନ ହେଲା ରହିଥିଲା । ଆଜି ସେହି ସ୍ଥାନରେ ହିଁ ବେତାର କେନ୍ଦ୍ର ଆରମ୍ଭ ହୋଇଛି ।ଏହି ଉତ୍ସବରେ ଗଜପତି ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଫାଲ୍ଗୁନି ମାଝି ଅତିଥି ଭାବେ ଉପସ୍ଥିତ ଥିବା ବେଳେ ମୋହନା ର ସମସ୍ତ ସାମ୍ବାଦିକ, ଅଗ୍ନିଶମ ବିଭାଗ ଅଧିକାରୀ, ବ୍ୟାଙ୍କ କର୍ତ୍ତୃପକ୍ଷ, ସ୍ତାନୀୟ କଲେଜ କର୍ମଚାରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ, ବିଧାୟକ ପ୍ରତିନିଧି ଙ୍କ ସମେତ ବିଜେପି ବ୍ଲକ ସଭାପତି ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏହି ଉଦଘାଟନୀ ଉତ୍ସବରେ । ଏହା ସହ ବେତାର କେନ୍ଦ୍ରର ଅମର ପ୍ରସାଦ ସାହୁ, ସନ୍ତୋଷ ପିଙ୍ଗ ଙ୍କ ସମେତ ଏଠାକୁ ଆସିଥିବା ସମସ୍ତ କର୍ମଚାରୀ ଉପସ୍ଥିତରେ ଆଡମ୍ବର ସହ ବେତାର କେନ୍ଦ୍ର ଲୋକାର୍ପିତ ହୋଇଛି । ଏହି ଅଞ୍ଚଳ ଘାଟି ପାହାଡ଼ ହୋଇଥିବାରୁ ବେତାର କେନ୍ଦ୍ର ଲୋକଙ୍କ କାର୍ଯ୍ୟରେ ଲାଗିବା ସହ ସମସ୍ତ ଦେଶ ବିଦେଶର ଖବର ପାଇ ପାରିବେ ବୋଲି ଆଶା କରାଯାଉଛି ।