ବୈଠକରେ ସ୍ବଛ ଭାରତ, ପାନୀୟଜଳ ଯୋଗାଣ, ଗ୍ରାମ୍ୟ ଗୃହନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ମନରେଗା, ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ ଯୋଜନା ଓଡିଶା ଜୀବିକା ମିସନ, ସାମାଜିକ ମଙ୍ଗଳ ଯୋଜନା, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମ୍ୟ ଉନ୍ନୟନ, ପୂର୍ତ ବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ, ଶିଶୁ ସୁରକ୍ଷା ବିଭାଗର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବ୍ଳକର ସମସ୍ତ ଅମୃତ ସରୋବର ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଥିବା ଅଭିଯୋଗ କରି କିଛି ନିର୍ବାଚନ ପ୍ରତିନିଧି ହଟଗୋଳ କରିବା ସହ ନିଜ ଅଞ୍ଚଳର ରାସ୍ତା, ପାନୀୟଜଳ, ପରିମଳ, ବିଦ୍ୟୁତ , ବିଧବା ଓ ବାଦ୍ଧକ୍ୟ ଭତ୍ତା ସମସ୍ୟା ନେଇ ଅଭିଯୋଗ ହୋଇଥିଲା । ପୂର୍ବ ବୈଠକ ବିବରଣ ଭାରପ୍ରାପ ଜିପିଇଓ ଶ୍ରୀ ମିଶ୍ର ପାଠକରିଥିଲେ । ବୈଠକରେ ପରେ କିଛି ଜନପ୍ରତିନିଧି ବ୍ଳକରେ ମାସ ମାସ ଧରି କାମ ଗୁଡିକ ବିଳି ନକରିପଢିରହୁଛି ତାହାସହ କିଛି କନିଷ୍ଠ ଯନ୍ତୀ ସମସ୍ତ କାମ ଗୁଡିକୁ ନିଜ ଲୋକଙ୍କୁ ଦେଇ କରାଉଛନ୍ତ ବୋଲି କହିଥିଲେ ।

© 2023 Odisha Taza News.