ନକ୍ସଲମାନେ ଝିଅ ଓ ମହିଳାମାନଙ୍କୁ ନିର‌୍ୟାତନା ଦେଉଛନ୍ତି : ଏସପି ଏସ.ସୁଶ୍ରୀ

୨୭ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନବରଙ୍ଗପୁର :- ନବରଙ୍ଗପୁର ଏସପି ଏସ.ସୁଶ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି । ନକ୍ସଲମାନେ ଝିଅ ଓ ମହିଳାମାନଙ୍କୁ ନିର‌୍ୟାତନା ଦେଉଛନ୍ତି । ଗତକାଲି ନକ୍ସଲ ଶିବିର ଧ୍ୱଂସ ପରେ ଏସପି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିଥିବା କହିଛନ୍ତି ଏସପି । ନକ୍ସଲ ଶିବିରରୁ ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି । ଏଥିରୁ ଜଣାପଡୁଛି ନକ୍ସଲମାନେ ଯୌନ ନିର‌୍ୟାତନା ଦେଉଥିଲେ । ଝିଅଙ୍କୁ ନକ୍ସଲମାନେ ଯୌନ ନୀର‌୍ୟାତନା ଦେଉଥିବା ଜଣାପଡ଼ୁଛି ବୋଲି କହିଛନ୍ତି ଏସପି ।ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନେଇ ପୋଲିସ ଆରଓଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ଏସ ସୁଶ୍ରୀ ସୂଚନା ପ୍ରଦାନ କରିଛନ୍ତି । ଏସପିଙ୍କ କହିବାନୁସାରେ, ପୁଲିସ ଏସଓଜି ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିନଥିବାବେଳେ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଗତକାଲି ସକାଳୁ ହଠାତ ପୁଲିସ ଏସଓଜି ଟିମ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭାରେ ପୁଲିସ ଓ ଏସଓଜିର ୨ଟି ୟୁନିଟ କରି ଗୋଟିଏ ମାଓବାଦୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା ।ଠିକ ଏହି ସମୟରେ ପ୍ରାୟ ୨୦ରୁ ୨୫ ସଶସ୍ତ୍ର ମାଓବାଦୀଙ୍କ ସେହି ସ୍ୱତନ୍ତ୍ର ପୁଲିସ ଟିମ ସହିତ ସମ୍ମୁଖୀନ ହୋଇଥିଲା । ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ମାଡ଼ କରିଥିଲେ । ଏହାର ଜବାବ ଦେବାକୁ ଯାଇ ପୁଲିସ ମଧ୍ୟ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ତେବେ ଘଞ୍ଚ ଜଙ୍ଗଲର ସହାୟତାରେ ନକ୍ସଲମାନେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କଠାରୁ ବିଭିନ୍ନ ମାଓ ବ୍ୟବହୃତ ସାମଗ୍ରୀ ପୁଲିସ ଜବତ କରିଛି । ହାର୍ଡକୋର ମାଓବାଦୀ ମୁରଲୀ(ସିସିଏମ), କାର୍ତ୍ତିକ(ଏସସିଏମ), ଗୁଡୁ (ଏସସିଏମ), ଆକାଶ(ଏସସିଏମ) ଓ ନନ୍ଦାଲ(ଏସସିଏମ) ପ୍ରମୁଖ ଫେରାର ହୋଇ ଯାଇଥିଲେ । ତେବେ ଉଦ୍ଧାର ସାମଗ୍ରୀରେ କିଛି ଆପତ୍ତିଜନକ ସାମଗ୍ରୀ ଓ ସହ ଗର୍ଭ ପରୀକ୍ଷା କୀଟ ଜବତ ହୋଇଛି । ଏଥିରେ ସେମାନେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ନବରଙ୍ଗପୁର ଏସପି ସୂଚନା ଦେଇଛନ୍ତି ।