No Result
View All Result
୨୭ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଅଧୀନରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ରେଳ ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଗୁରୁବାର ଦୁତିୟ ଦିବସରେ ପହଞ୍ଚିଚି । ସକାଳ ୭ ଟା ରେ ଖୋର୍ଦ୍ଧାରୋଡ଼ ନବ ନିର୍ମିତ ଷ୍ଟେସନ ପ୍ରବେଶ ପଥରେ ୩୦ରୁ ଉର୍ଦ୍ଧ ପ୍ରତିଯୋଗୀ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ହେଲେ ରଂଗୋଲି ବରିଷ୍ଠରେ ଡି ଉଷା, କନିଷ୍ଠରେ ସାଇ ଶ୍ରଦ୍ଧା ପରିଡ଼ା, ମେହେନ୍ଦିରେ ଡି ଉଷା କନିଷ୍ଠ ରେ ନିର୍ଲିପ୍ତା ଶୁଭଦର୍ଶୀନି, ଚିତ୍ରାଙ୍କନ ରେ ଆଖାଙ୍କ୍ୟା କନିଷ୍ଠ ଅନେଶ୍ୱତା, ସର୍ବ କନିଷ୍ଠରେ ପ୍ରଜ୍ଞା ପ୍ରଧାନ,
ଗୀତରେ ବିଶ୍ୱଜିତ୍ ଜେନା, କନିଷ୍ଠରେ ସାଇ ଶ୍ରୀ ଦାସ, ଆଧୁନିକ ନାଚ ରେ ଆୟେଶା ପଣ୍ଡା,କନିଷ୍ଠରେ ସ୍ଥିତି ପ୍ରଜ୍ଞା ମିଶ୍ର, ଓଡ଼ିଶୀ ନାଚରେ ସିପ୍ରା ରାଣୀ ପାଢ଼ୀ, କନିଷ୍ଠରେ ଭାଡି ଦୁଷ୍ୟଜାନି,
ଟେବୁଲ୍ ଟେନିସରେ ଜି ଅନିଲ କୁମାର, କନିଷ୍ଠରେ ସ୍ଵମ୍ୟକ୍ ମିଶ୍ର, ମହିଳା କନିଷ୍ଠ ରେ ଭୂମିକା ଜେନା ବିଜୟୀ ଘୋଷିତ ହୋଇଥିଲେ। ପ୍ରତ୍ୟେକ ବିଭାଗର ପ୍ରଥମ , ଦୁତିୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ମାନଙ୍କୁ ଜୁନ୍ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମାନପତ୍ର ଓ ପୁରସ୍କାର ବିତରଣ କରାଯିବ ବୋଲି ଇନଷ୍ଟିଚ୍ୟୁଟର ସମ୍ପାଦକ ଶ୍ରୀ ଅଖୟ କୁମାର ପ୍ରଧାନ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅଥିତି ଭାବେ ଯୋଗୋଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରମିକ କଂଗ୍ରେସର ସହ ସଂଯୋଜକ ତଥା ପରିଷଦର ଉପ ସଭାପତି ଶ୍ରୀ ସୁନୀଲ କୁମାର ଭଞ୍ଜ, କୋଷାଧ୍ୟକ୍ଷ ସାମୁଏଲ୍ ପ୍ରଧାନ, ସଭ୍ୟ ପି ରାଜା ରାଓ, ଗୋପାଳ ଦାସ, ମନୋରଞ୍ଜନ ମହାପାତ୍ର, କୀର୍ତ୍ତି ପଟ୍ଟନାୟକ, ରସିଦ ବାସା, ନାରୀନେତ୍ରୀ ରୁନି ବେହେରା, ଅର୍ପିତା ମହାନ୍ତି, ବିଜୟଲକ୍ଷ୍ମୀ ଦାଶ, ବି ଜାନକୀ, ଅନୂଷୟା ନାଥ, ପଙ୍କଜିନି ଗିଡଲି ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିଥିବା ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।

No Result
View All Result