କବୀ ସୌଦାମିନୀ ସ୍ୱାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଗୋକୁଳ କୁମାର ଷଡଙ୍ଗୀ। ଦ୍ୱିତୀୟ ଅଧିବେଶନରେ ଅଭିନେତା କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ବସିରନ ବିବି,ଯାମିନୀକାନ୍ତ ମିଶ୍ର, ପ୍ରଫେସର ଆଶୁତୋଷ ମିଶ୍ର ନାଟକର ଜୀବନଧର୍ମୀ ହେବା ଅପରିହାର୍ଯ୍ୟ ଶୀର୍ଷକରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ତୃତୀୟ ଅଧିବେଶନରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଇନସ୍ପାୟାର ମାଧ୍ୟମିକ ବିଦ୍ୟାଳୟ,ୟୁନିଟେକ ଡିଗ୍ରୀ ମହାବିଦ୍ୟାଳୟ,ବୋଲଗଡ ସୃଷ୍ଟି ଫାଉଣ୍ଡେସନର ଛାତ୍ରଛାତ୍ରୀ କଲ୍ୟାଣୀ ବେହେରା,
ସୋନାଲି ପ୍ରିୟଦର୍ଶିନୀ,ଓମ୍ ପ୍ରସାଦ ପ୍ରଧାନ,ଜିତୁ ପ୍ରଧାନ, ଗାୟତ୍ରୀ ସାହୁ, ସସ୍ମିତା ସାହୁ,ପୂଜାରାଣୀ ସାହୁ ପ୍ରମୁଖ ” ଶିକ୍ଷାରେ ନାଟକର ଉପଯୋଗିତା” ବିଷୟରେ ଦଳଗତ ଆଲୋଚନା କରିଥିଲେ । ଛାତ୍ରୀ ଅଳକା ପଣ୍ଡା,ଅଭିଲିପ୍ସା ସାହୁ,ଶାସ୍ୱତୀ ସାହୁ କ୍ଷୁଦ୍ର ଏକକ ଅଭିନୟ ପ୍ରଦର୍ଶନ କରିଥିଲେ । ଏହି ନାଟ୍ୟ କାର୍ଯ୍ୟକ୍ରମରେ ପ୍ରଭାତ ମିଶ୍ର, ଅରୁଣ ମହାନ୍ତି, ସୁରେନ୍ଦ୍ର ସାହୁ, ପ୍ରଶାନ୍ତ ସାମନ୍ତରାୟ,ରଂଜନ ରଶ୍ମି ଜେନା,ନିଆରା ଇନ୍ଦ୍ର ଧନୁ ପ୍ରମୁଖ ନୟାଗଡର ବିଶିଷ୍ଟ ନାଟ୍ୟ କର୍ମୀ ଯୋଗଦେଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ସଂଘମିତ୍ରା ସ୍ୱାଇଁ ତଥା ଜ୍ୟୋତ୍ସ୍ନାମୟୀ ନାୟକ ।

© 2023 Odisha Taza News.