୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱରର :- ଜୟଦେବ ଭବନ ଠାରେ ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପାରଳା ଗଜପତି ବିକାଶ ମଞ୍ଚ ର ମିଳିତ ଆନୁକୁଲ୍ୟରେ ପାରଳା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଦେବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଅବସରରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ନେତୃତ୍ବରେ ପାରମ୍ପରିକ ଭଜନ ସଙ୍ଗୀତ ଭକ୍ତି ନୈବେଦ୍ୟ ପରିବେଷଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୁରୁ ରଘୁ ନାଥ ପାତ୍ରଙ୍କ ସମେତ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ, ଶର୍ମିଲା ସାମନ୍ତରା, ପ୍ରଭାତ ପାତ୍ର, ଶିବ ଶଙ୍କର ଷଡ଼ଙ୍ଗୀ,ଅଞ୍ଜଳି ପାତ୍ର କଣ୍ଠ ଦାନ କରି ପ୍ରଶଂସିତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ
ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଉତ୍କଳ ପ୍ରସଙ୍ଗ ସମ୍ପାଦିକା କସ୍ତୁରୀ ମହାପାତ୍ର, ମୁଖ୍ୟ ବକ୍ତା ଡ଼ା ରାମ ଚନ୍ଦ୍ର ମିଶ୍ର, ପାରଳା ଗଜପତି ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ରାଜ କିଶୋର ପାଣିଗ୍ରାହୀ , ଲୋକ ସମ୍ପର୍କ ବଭାଗର ନିର୍ଦେଶକ ଶ୍ରୀ ସରୋଜ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ଠାରେ ବସ ବାସ କରୁଥିବା ସମସ୍ତ ପାରଳା ବାସୀ ଯୋଗ ଦେଇଥିଲେ।ଏହି ଅବସରରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ କ୍ରିଏଟିଭ ଆର୍ଟ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଭକ୍ତି ସଙ୍ଗୀତ ସାଂସଦ ସମସ୍ତ କର୍ମକର୍ତ୍ତା, ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନରସଭାପତି ଦେବେନ୍ଦ୍ର ଦାସ, ପଦମୃତ ନୃତାୟନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଓ ପାରଳାଖେମୁଣ୍ଡିର ବିଭିନ୍ନ ଅନୁଷ୍ଠାନତରଫରୁ,ଶୁଭେଛା ଜଣାଇଛନ୍ତି

© 2023 Odisha Taza News.