No Result
View All Result
୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ଇଷ୍ଟ କୋଷ୍ଟ ରେଲୱେ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅଧୀନରେ କାର୍ଯ୍ୟରତ ଟିଟିଆଇ ଅରବିନ୍ଦ ଚୋଧୁରି ୪୯ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସ୍ବର୍ଗତ ଚୋଧୁରୀ ୨୪ ବର୍ଷ କାଳ ରେଳପଥ ପାଇଁ ସେବା ଯୋଗାଇଥିଲେ । ଦୀର୍ଘ ଦୁଇ ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ଆଜି ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଦେହ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ଧର୍ମପତ୍ନୀ, ସାତ ବର୍ଷର ଝିଅ ଓ ତାଙ୍କ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ ।
ମୃତ ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସତ୍କାର କରାଯାଇଥିଲା । ଖବରପାଇ ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ତଥା ପୂର୍ବତନ ଟିକେଟ ଚେକୀଙ୍ଗ ମଣ୍ଡଳ ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ଜିତୁ ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା, ସତିଶ ଦାସ, ପ୍ରତାପ ମହାନ୍ତି, ରବି ନାୟକ ଓ ବହୁ ଟିକେଟ ଚେକିଂ କର୍ମଚାରୀ ତାଙ୍କ ଜଟଣୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

No Result
View All Result