ଏହାପରେ ସମ୍ପାଦକ ସରୋଜ କୁମାର ପାତ୍ର ବାର୍ଷିକ ଆୟବ୍ୟୟ ର ବିବରଣୀ ରଖିଥିଲେ | ଏହି ଅବସରରେ ସଂଘର ବିଭିନ୍ନ କାର୍ଯ୍ୟରେ ବଳିଷ୍ଠ ଅବଦାନ ଥିବା 20ଜଣ ସଦସ୍ୟ ଙ୍କୁ ପୁରସ୍କୃତ କରାଯାଇଥିଲା | ଏହା ପରେ ନୂତନ ସଭାପତି ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ରବିନାରାୟଣ ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ବର୍ଷକୁ ମିଶାଇ 12 ଥର ପଦବୀ ହାସଲ କରିଛନ୍ତି |
ଉପ ସଭାପତି ଧୀରେନ୍ଦ୍ର ନାଥ ପାତ୍ର ଓ ଏସ. କେ.ଗନିଫ, ସମ୍ପାଦକ ସରୋଜ କୁମାର ପାତ୍ର, ସହ ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ଓ ସର୍ବେଶ୍ୱର ସୁବୁଦ୍ଧି, କୋଷାଧ୍ୟକ୍ଷ୍ୟ ଚୈତନ୍ୟ ପୃଷ୍ଟି, କାର୍ଯ୍ୟକାରୀ ସଦସ୍ୟ ଭାବେ ଗୌତମ ସୁବୁଦ୍ଧି, ନାରାୟଣ ସେନାପତି, ଅଶୋକ ରାଉତ, ବିପିନ ପ୍ରହରାଜ, ଅଶୋକ ପାତ୍ର, ଅଶୋକ ସୁବୁଦ୍ଧି, ଜଗଦୀଶ ପ୍ରସାଦ ଲାଖଟିଆ, ବାଉରୀ ବନ୍ଧୁ ମାଲୁ, କିରଣ ପାତ୍ର, ଗୌରୀ ପ୍ରସାଦ ସୁବୁଦ୍ଧି, ଯୋଗେନ୍ଦ୍ର ନାୟକ, ସୁନୀଲ ପାତ୍ର ଓ ଭାଗେନ୍ଦ୍ର ସୁବୁଦ୍ଧି ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ |ପରିଶେଷରେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା |

© 2023 Odisha Taza News.