No Result
View All Result
୨୬ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇବା ପାଇଁ ଛାତ୍ର ଛାତ୍ରୀ ପ୍ରବେଶିକ ପରୀକ୍ଷା ଦେଇଥିଲେ।ଆଜି ନୂଆଗାଁ ଆଦର୍ଶ ବିଦ୍ୟାଳୟ ର ହୋଇଥିବା ପ୍ରବେଶିକା ପରୀକ୍ଷା ର ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି।ଷଷ୍ଠ ଶ୍ରେଣୀ ପାଇଁ ୮୦ ଟି ସିଟ ଥିବାବେଳେ ଏସ ଇ ବି ସି ଜାତିର ୪୭ ଜଣ ଛାତ୍ର ଛାତ୍ରୀ, ଏସ୍ ସି ଜାତି ର ୨୦ ଜଣ ଛାତ୍ର ଛାତ୍ରୀ, ଏସ ଟି ଜାତିର ୧୦ ଜଣ ଛାତ୍ର ଛାତ୍ରୀ ଏବଂ ଜେନେରାଲ ଜାତିର ୩ ଜଣ ଛାତ୍ର ଛାତ୍ରୀ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇବା ପାଇଁ ସୁଯୋଗ ପାଇଥିବା ମେରିଟ ଲିଷ୍ଟ ରେ ପ୍ରକାଶ ପାଇଛି। ମେରିଟ୍ ଲିଷ୍ଟ ରେ ଏସ ଇ ବି ସି କାଷ୍ଟ ର ସର୍ବନିମ୍ନ ମାର୍କ ୨୭ ମାର୍କ ରୁ ସର୍ବାଧିକ ୫୦ ମାର୍କ ,
ଏସ ଟି କାଷ୍ଟ ରେ ,ସର୍ବନିମ୍ନ ୧୬ ରୁ ସର୍ବାଧିକ ୪୪ ମାର୍କ ଏବଂ ଏସ ସି କାଷ୍ଟ ରେ ସର୍ବନିମ୍ନ ୧୮ ମାର୍କ ରୁ ସର୍ବାଧିକ ୪୪ ମାର୍କ ରଖିଥିବା ଛାତ୍ର ଛାତ୍ରୀ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇବା ପାଇଁ ସୁଯୋଗ ପାଇଥିବା ପ୍ରକାଶ ପାଇଛି। ନାମ ଲେଖା ପ୍ରକ୍ରିୟା ୬ ତାରିଖ ପର୍ଯ୍ୟନ୍ତ ଅଫ ଲାଇନ ରେ ଚାଲିବ ବୋଲି ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲମଡା ର ଛାତ୍ରୀ ବିଜୟଲକ୍ଷ୍ମୀ ପରିଡ଼ା,ଖୁସି ବାରିକ ଏବଂ ଛାତ୍ର ରିତେଶ ସାହୁ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇବା ପାଇଁ କୃତିତ୍ୱ ଅର୍ଜନ କରିଛନ୍ତି ।ଆଦର୍ଶ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୁଭେଚ୍ଛା ଜଣାଇଛନ୍ତି ।

No Result
View All Result