ପରିବାର ଲୋକେ ତାଙ୍କୁ ସେହି ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ସୁବିଧା ନଥିବାରୁ ବାଧ୍ୟ ହୋଇ ୫୦ କିଲୋମିଟର ଦୂରରେ ଥିବା ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଦାୟତ୍ବରେ ଥିବା ଡା. କ୍ଷୀରୋଦ କୁମାର ଦୋରା ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ସୂଚନା ଦେଇଥିଲେ । ଆର,ଉଦୟଗିରି ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ନୁଆଗଡ ତହସିଲଦାରଙ୍କ ଉପସ୍ଥିତିରେ ତଥା ଖଜୁରିପଦା ଫାଣ୍ଡି ଅଧିକାରୀ ଗଜପତି ଦୋରାଙ୍କ ସହଯୋଗରେ ପ୍ରାଥମିକ ତଦନ୍ତ କରି ଶବ ବ୍ୟବଛେଦ ନିମନ୍ତେ ପାରଳାଖେମଣ୍ଡ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସ୍ବାମୀ ଗୁରୁବାଡ ରଇତ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଜନନ୍ତିଙ୍କୁ ବିବାହ କରିଥିଲେ । ଜନନ୍ତି ରକ୍ତଚାପରେ ପୀଡିତ ଥିବାରୁ ଏଭଳି ଘଟଣା ଘଟିଥିବା ପୁଲିସକୁ ଲିଖିତ ଭାବେ ଗୁରୁବାଡା ଅବଗତ କରିଛନ୍ତି ।

© 2023 Odisha Taza News.